ETV Bharat / state

ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗିରଫ ଘଟଣା, ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ସଂଘର ବିରୋଧ - ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ପୋଲିସ ଗିରଫ କରିବା ଘଟଣା

ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କୁ ପୋଲିସ ଗିରଫ କରିବା ସହ ଚିକିତ୍ସା ସମୟରେ ଗୋଡ଼ରେ ବେଡି ପକାଇବା ଘଟଣାରେ ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଓ କଳାହାଣ୍ଡି ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ସଂଘ ପକ୍ଷରୁ ବିରୋଧ କରାଯାଇଛି । ଅଧିକ ପଢନ୍ତୁ

ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗିରଫ କରିବା ଘଟଣା : ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ସଂଘର ବିରୋଧ

author img

By

Published : Apr 8, 2022, 12:24 PM IST

ଭବାନୀପାଟଣା : ବାଲେଶ୍ଵର ଜିଲ୍ଲା ନୀଳଗିରି ପୋଲିସର ଦାଦାଗିରି । ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କୁ ପୋଲିସ ଗିରଫ କରିବା ସହ ଚିକିତ୍ସା ସମୟରେ ଗୋଡ଼ରେ ବେଡି ପକାଇବା ଘଟଣା । ଏ ଘଟଣାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗିରଫ କରିବା ଘଟଣା : ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ସଂଘର ବିରୋଧ

ସୂଚନା ଅନୁଯାୟୀ ସାମ୍ବାଦିକ ଲୋକନାଥ ଦଳେଇ ରାତିରେ ଘରକୁ ଫେରୁଥିବା ସମୟରେ ନୀଳଗିରି ଥାନାର ଜଣେ କର୍ମଚାରୀ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଘଟଣାସ୍ଥଳରୁ ସ୍ଥାନୀୟ ବାସିନ୍ଦା ଉଭୟକୁ ବୁଝାସୁଝା କରି ସମାଧାନ କରିଥିଲେ ।

ହେଲେ ବୁଧବାର ସକାଳେ ହଠାତ ପୋଲିସ ଲୋକନାଥଙ୍କୁ ଗିରଫ କରି ୧୨ ଘଣ୍ଟା ଥାନାରେ ଅଟକ ରଖି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ତେବେ ସାମ୍ବାଦିକଙ୍କ ଦେହ ଅସୁସ୍ଥ ହେବାରୁ ପୋଲିସ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲା । ଚିକିତ୍ସା ସମୟରେ ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇ ଦିଆଯାଇଥିଲା ।

ଏନେଇ ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଓ କଳାହାଣ୍ଡି ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ସଂଘ ପକ୍ଷରୁ ବିରୋଧ କରାଯାଇଛି । ଏହାସହ କଳା ବ୍ୟାଚ ପରିଧାନ କରି ସରକାର ନିକଟରେ ନୀଳଗିରି ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସଂଘ ସଭାପତି କମ୍ଭୁପାଣି ମିଶ୍ର।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.