ETV Bharat / state

ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଆବଶ୍ୟକ: ଭକ୍ତ ଦାସ

author img

By

Published : Nov 4, 2021, 4:29 PM IST

ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତି ଅଭିଯୋଗ ହୋଇଆସୁଛି । ଏଭଳି ସ୍ଥିତିରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ଅଧିକ ପଢ଼ନ୍ତୁ...

ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଆବଶ୍ୟକ: ଭକ୍ତ ଦାସ
ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଆବଶ୍ୟକ: ଭକ୍ତ ଦାସ

ଭବାନୀପାଟଣା: ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତି ଅଭିଯୋଗ ହୋଇଆସୁଛି । ଏହାକୁ ନେଇ ସାରା ରାଜ୍ୟରେ ବିରୋଧୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଏହି ଘଟଣାକୁ ନେଇ ରାଜ୍ୟ ରଜନୀତି ବେଶ ସରଗରମ ରହିଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ବିରୋଧ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ପଥପ୍ରାନ୍ତ ପ୍ରତିବାଦ ସଭା । ଏହି ପ୍ରତିବାଦ ସଭାରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଯୋଗ ଦେଇ ରାଜ୍ୟରେ ରାଷ୍ଟ୍ରପତି ଶାସନ ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

ଗାଁ ଗାଁକୁ ଯାଇ ଦିବ୍ଯଶଙ୍କରଙ୍କ ବିରୋଧରେ ପ୍ରତିବାଦର ସ୍ୱର ଶାଣିତ କରିବ କଂଗ୍ରେସ । ଏହାକୁ ନେଇ ଆଜି(ଗୁରୁବାର) ଭବାନୀପାଟଣାରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ବାହାର କରାଯାଇଥିଲା । ଏହି ଶୋଭାଯାତ୍ରା ସହ ନର୍ଲା , ମଦନପୁର ରାମପୁର, କର୍ଲାମୁଣ୍ଡା ଓ କେସିଙ୍ଗାରେ ଆଜି ସ୍ଥାନରେ ପ୍ରତିବାଦ ସଭା ଆୟୋଜନ କରିଛି କଂଗ୍ରେସ । ଏହି ପ୍ରତିବାଦ ସଭାରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଯୋଗ ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଜଣେ ପେଶାଦାର ଅପରାଧି । ନାରୀ ମାନଙ୍କ ପ୍ରତି ତାଙ୍କର ସମ୍ମାନ ନାହିଁ ବୋଲି ଅଭିଯୋଗ କରିଛନ୍ତି ଭକ୍ତ ଚରଣ ଦାସ । ଏହାପୂର୍ବରୁ ମଧ୍ୟ ସେ ଅନେକ ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ଥିଲେ । ମନ୍ତ୍ରୀ ଛତିଶଗଡ଼ରେ ଥିବା ସମୟରେ ଅନେକ ଅପରାଧ କରିଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା । ଆଜି ରାଜ୍ୟରେ ଯେଉଁ ଭଳି ସ୍ଥିତି ରହିଛି ରାଷ୍ଟ୍ରପତି ଶାସନ ଆବଶ୍ୟକତା ରହିଛି ବୋଲି କହିଛନ୍ତି ଭକ୍ତ ଚରଣ ଦାସ । ଏହାସହ ମମିତା ମେହେରଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ରାଜ ରାସ୍ତାରେ ବିକ୍ଷୋଭ କରିବ ବୋଲି ସେ ରୋକ୍‌ ଠୋକ୍‌ କହିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିହଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.