ଭବାନୀପାଟଣା: ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବିକ୍ଷୋଭ । କଳାହାଣ୍ଡିରେ କୋରୋନା ମହାମାରୀ ସମୟରେ ସରକାରଙ୍କ ନୀତି ବିରୋଧରେ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
କଳାହାଣ୍ଡି ଜିଲ୍ଲାରେ ଓଡିଶା ନିର୍ମାଣ ଶ୍ରମିକ ସଂଘ ଶାଖା ପକ୍ଷରୁ ସାମ୍ପ୍ରତିକ ପରିସ୍ଥିତିରେ ସରକାରଙ୍କ ବିଭିନ୍ନ ଜନ ବିରୋଧୀ ନୀତି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଦିବାସୀଙ୍କ ଉପରେ ଅତ୍ୟାଚାର ପାନୀୟ ଜଳ ଭଳି ମୌଳିକ ଅଧିକାରରୁ ଲୋକଙ୍କୁ ବଞ୍ଚିତ ରଖିବା ସହ କାମଧନ୍ଦାର ଅଭାବ । ଏହାସହ ଲକଡାଉନ ସମୟରେ ମଦ ବ୍ୟବସାୟକୁ ଅନୁମତି ପ୍ରତିବାଦରେ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ