ETV Bharat / state

ଛତିଶଗଡ଼ ମାଓ ଆକ୍ରମଣରେ ଓଡିଆ ଯବାନ ସହିଦ, ଜନ୍ମମାଟିରେ ଶୋକର ଛାୟା

author img

By

Published : Apr 7, 2021, 8:04 PM IST

ଛତିଶଗଡ଼ ବିଜାପୁର ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଥିବା ୨୨ ବୀର ଯବାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳ ଧନସରା ଗାଁର ଓଡିଆ ଯବାନ ସୁବାଷ ନାୟକ ମଧ୍ୟ ସହିଦ ହୋଇଛନ୍ତି । ଅଧିକ ପଢନ୍ତୁ...

ଛତିଶଗଡ଼ ମାଓ ଆକ୍ରମଣରେ ଓଡିଆ ଯବାନ ସହିଦ
ଛତିଶଗଡ଼ ମାଓ ଆକ୍ରମଣରେ ଓଡିଆ ଯବାନ ସହିଦ

କଳାହାଣ୍ଡି: ଛତିଶଗଡ଼ ମାଓ ଆକ୍ରମଣରେ ସହିଦ ହୋଇଛନ୍ତି କଳାହାଣ୍ଡି ଓଡିଆ ପୁଅ । ଛତିଶଗଡ଼ ବିଜାପୁର ନକ୍ସଲଙ୍କ ବର୍ବରୋଚିତ ଆକ୍ରମଣରେ ୨୨ ବୀର ଯବାନ ସହିଦ ହୋଇଥିବା ବେଳେ ଏହି ସହିଦଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳ ଧନସରା ଗାଁର ଓଡିଆ ଯବାନ ସୁବାଷ ନାୟକ ମଧ୍ୟ ସହିଦ ହୋଇଛନ୍ତି ।

ଛତିଶଗଡ଼ ମାଓ ଆକ୍ରମଣରେ ଓଡିଆ ଯବାନ ସହିଦ

ଡିଆରଜି ବାଟାଲିଆଲ କନେଷ୍ଟବଳ ଥିବା ଓଡିଆ ପୁଅ ସୁବାଷ ନାୟକ ନକ୍ସଲ ଆକ୍ରମଣରେ ଶହିଦ ହୋଇଛନ୍ତି । ସୁବାଷଙ୍କ ବାପା ସ୍ବର୍ଗତ ସୀତାରାମ ନାୟକ ମୂଳବାସିନ୍ଦା କୋକସରା ବ୍ଲକ ଧନସରା ଅଞ୍ଚଳର । ସେ ଆଜିକୁ ପ୍ରାୟ ୪୦ ବର୍ଷରୁ ଉର୍ଦ୍ଧ୍ବ ହେବ ଗାଁମାଟି ଛାଡି ପେଟପାଟଣା ପାଇଁ ଛତିଶଗଡ଼ ବିଜାପୁର ବାସାଗୁଡା ଗାଁରେ ରହୁଥିଲେ। ସହିଦ ହୋଇଥିବା ଯବାନ ସୁବାଷଙ୍କ ଜନ୍ମ ୧୯୮୬ ମସିହାରେ ବାସାଗୁଡାରେ ହୋଇଥିଲା।

ପାଠପଢା ସରିବା ପରେ ସେ ୨୦୧୯ ରେ ସେନାବାହିନୀ ରେ ଯୋଗ ଦେଇଥିଲେ ଓ ଡିଆରଜି ଯବାନ ଭାବରେ ବିଜାପୁର ଅଞ୍ଚଳରେ କାର୍ଯ୍ୟରତ ଥିଲେ । ମାତ୍ର ଗତ ୨ ତାରିଖରେ ସେ ଘରୁ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ, ଏହାରି ଭିତରେ ଗତ ୪ ତାରିଖ ବିଜାପୁର ଅଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ପୂର୍ବରୁ ନକ୍ସଲ ଆମ୍ବୁସ ଲଗାଇ ଛପି ରହିଥିବା ରକ୍ତମୁଖା ନକ୍ସଲ ଯୋଜନାବଦ୍ଧର ଆକ୍ରମଣ ରେ ୨୨ ଯବାନ ସହିଦ ହେବା ସହ ୩୧ ଆହତ ହୋଇଥିଲେ ।

ଏହି ଆକ୍ରମଣରେ ସହିଦ ହୋଇଥିଲେ ସୁବାଷ ନାୟକ । ତାଙ୍କ ସହିଦ ହେବା ଖବର ଶୁଣିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ବାସାଗୁଡା ଗାଁ। ସହିଦଙ୍କ ମର ଶରୀର ବାସାଗୁଡା ଗାଁରେ ଶେଷକୃତ୍ୟ ସମ୍ପନ ହୋଇଛି।

ଘରେ ବିଧବା ମା' ସହ ସ୍ତ୍ରୀ ଦୁଇ ଛୋଟ ଝିଅ ଓ ଦେଢ ବର୍ଷର ପୁଅ ଅଛନ୍ତି । ସୁବାଷଙ୍କ ସହିଦ ଖବର ପାଇବା ପରେ ତାଙ୍କ ପୈତୃକ ଗାଁ ଧନସରାରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁରେ ଜନ୍ମମାଟିରେ ଶୋକର ଛାୟା ଖେଳିଯାଇଛି।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.