ETV Bharat / state

ଦାୟିତ୍ୱ ଗ୍ରହଣ କଲେ ଜୁନାଗଡ଼ ଓ କେସିଙ୍ଗା ଏନଏସି ଅଧ୍ୟକ୍ଷ - କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ନବନିର୍ବାଚିତ ଅଧ୍ୟକ୍ଷ ନୃପରାଜ ଯାଦବ

ପୌର ନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ ହୋଇଥିଲା । ଜିଲ୍ଲାର କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେଡି ହାତକୁ ଯାଇଥିବାବେଳେ ଜୁନାଗଡ଼ ଏନଏସିକୁ ବିଜେପି ଦଖଲ କରିବାରେ ସମର୍ଥନ ହୋଇଥିଲା । ଅଧିକ ପଢ଼ନ୍ତୁ

ଦାୟିତ୍ୱ ଗ୍ରହଣ କଲେ ଜୁନାଗଡ଼ ଓ କେସିଙ୍ଗା ଏନଏସି ଅଧ୍ୟକ୍ଷ

author img

By

Published : Mar 31, 2022, 5:27 PM IST

ଭବାନୀପାଟଣା: ପୌର ନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ ହୋଇଥିଲା । ଜିଲ୍ଲାର କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେଡି ହାତକୁ ଯାଇଥିବା ବେଳେ ଜୁନାଗଡ଼ ଏନଏସିକୁ ବିଜେପି ଦଖଲ କରିବାରେ ସମର୍ଥନ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଉଭୟ ଅଧ୍ୟକ୍ଷ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି । କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ନବନିର୍ବାଚିତ ଅଧ୍ୟକ୍ଷ ନୃପରାଜ ଯାଦବ ଆଜି ଏନ୍ଏସି କାର୍ଯ୍ୟାଳୟକୁ ଆସି ନବନିର୍ବାଚିତ କାଉନସିଲରଙ୍କ ଉପସ୍ଥିତିରେ ନିଜର ଦାୟିତ୍ଵ ଗ୍ରହଣ କରିଛନ୍ତି ।

ଦାୟିତ୍ୱ ଗ୍ରହଣ କଲେ ଜୁନାଗଡ଼ ଓ କେସିଙ୍ଗା ଏନଏସି ଅଧ୍ୟକ୍ଷ

ନବନିର୍ବାଚିତ ଅଧ୍ୟକ୍ଷ ନୃପରାଜ ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ କେସିଙ୍ଗା ଏନ୍ଏସିର ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ନେତୃତ୍ବରେ ଏନ୍ଏସିର ସମସ୍ତ କର୍ମଚାରୀ ନବନିର୍ବାଚିତ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ସେହିପରି ଜୁନାଗଡ଼ ଏନଏସି ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ମୁକେଶ ଅଗ୍ରୱାଲ । ଏନେଇ ଆଜି ଏନଏସି କାର୍ଯ୍ୟାଳୟ ଦାୟିତ୍ଵ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଏନଏସି ଅଧିକାରୀଙ୍କ ନିକଟକୁ ଯାଇ ବିଧିବଦ୍ଧ ଭାବରେ ନିଜର ଦାୟିତ୍ଵ ଗ୍ରହଣ କରିଛନ୍ତି ମୁକେଶ ଅଗ୍ରୱାଲ । ଅନୁଷ୍ଠିତ ସମାରୋହରେ ଅନେକ ସ୍ଥାନୀୟ ଜନସାଧାରଣ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.