ETV Bharat / state

ଶିକ୍ଷକ ନାଁରେ କଳଙ୍କ, ନବମ ଛାତ୍ରୀଙ୍କୁ ଅଶ୍ଳୀଳ ଆଚରଣ ଅଭିଯୋଗ

ପୁଣି ଶିକ୍ଷକଙ୍କ ନାଁରେ କଳଙ୍କ । ନବମ ଛାତ୍ରୀଙ୍କୁ ଅଶ୍ଳୀଳ ଆଚରଣ ଅଭିଯୋଗ। ଏହି ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ସାନକେନ୍ଦୁଗୁଡା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

ପୁଣି ଶିକ୍ଷକ ନାଁରେ କଳଙ୍କ, ନବମ ଛାତ୍ରୀଙ୍କୁ ଅଶ୍ଳୀଳ ଆଚରଣ ଅଭିଯୋଗ

author img

By

Published : Feb 19, 2021, 10:43 AM IST

ଭବାନୀପାଟଣା: ପୁଣି ଶିକ୍ଷକଙ୍କ ନାଁରେ କଳଙ୍କ । ନବମ ଛାତ୍ରୀଙ୍କୁ ଅଶ୍ଳୀଳ ଆଚରଣ ଅଭିଯୋଗ। ଏହି ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ସାନକେନ୍ଦୁଗୁଡା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି।

ପୁଣି ଶିକ୍ଷକ ନାଁରେ କଳଙ୍କ, ନବମ ଛାତ୍ରୀଙ୍କୁ ଅଶ୍ଳୀଳ ଆଚରଣ ଅଭିଯୋଗ

ସୂଚନାନୁସାରେ ଉକ୍ତ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଜୟ କୁମାର ନେଗି ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅଶ୍ଳୀଳ ଆଚରଣ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ଆଜି ଧର୍ମଗଡ଼ ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପୁରୋହିତ ଘଟଣା ସମ୍ପର୍କିତ ବିଷୟରେ ତଦାରଖ କରିଥିଲେ। ତେବେ ପ୍ରଧାନଶିକ୍ଷକ ଏହି ଘଟଣାକୁ ଚପାଇ ଦେବା ଉଦ୍ୟମ କରିଥିଲେ ହିଁ ଛାତ୍ରୀଙ୍କ ଅଭିଭାବକ ଲିଖିତ ଭାବେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ।

ତେବେ ସମ୍ପୃକ୍ତ ଶିକ୍ଷକ ଜଣଙ୍କ ନାଁରେ ଆଗରୁ ମଧ୍ୟ ସମାନ ଅଭିଯୋଗ ହୋଇଆସୁଛି। ସ୍କୁଲ କମିଟି ଶିକ୍ଷକଙ୍କୁ ବିରୋଧ କରୁଥିଲେ ହିଁ ପ୍ରଧାନଶିକ୍ଷକ ଘଣ୍ଟ ଘୋଡାଉ ଥିବାର ଲୋକେ ଅଭିଯୋଗ କରନ୍ତି। ଏପରି କି ଛାତ୍ରଛାତ୍ରୀ ମହଲ ଏକ ପ୍ରକାର ଭୟ ଦେଖାଦେଇଛି। ଅନ୍ୟପଟେ ଗାଁ ଲୋକେ ତୁରନ୍ତ ବିଦ୍ୟାଳୟରୁ ବଦଳି କରିବାକୁ ଦାବି କରୁଥିବା ବେଳେ ସେପଟେ ଅଶ୍ଳୀଳ ଆଚରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.