ETV Bharat / state

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

author img

By

Published : Aug 6, 2020, 10:32 PM IST

କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ
ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ଭବାନୀପାଟଣା: ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଯାହାକୁ ନେଇ ଡ଼ାକ୍ତରଖାନା ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସେପଟେ ଜୟପାଟଣା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଜୟପାଟଣା ଥାନା ଅନ୍ତର୍ଗତ ଛତାବାନ୍ଧୁଗୁଡା ଗାଁର ଲଙ୍କେଶ୍ବର ନାଏକ ତାଙ୍କ ତିନି ବର୍ଷର ଝିଅ ପ୍ରଜ୍ଞାଶିନୀ ନାଏକଙ୍କୁ ଝାଡା ଓ ଜ୍ବର ହେବାରୁ ବୁଧବାର ରାତି ପ୍ରାୟ ତିନିଟାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେହି ସମୟରେ ସ୍ବାସ୍ଥ୍ୟ କେନ୍ଦ୍ରର ଦାୟିତ୍ଵରେ ଥିଲେ ଡ.ନିହାର ରଞ୍ଜନ ପରିଡା । ସେ ଶିଶୁ କନ୍ୟାକୁ କିଛି ମେଡ଼ିସିନ ଦେଇ ସେଠାରୁ ଚାଲିଯାଇଥିଲେ । ତେବେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ବାରମ୍ବାର ଡାକ୍ତରଙ୍କୁ ଡାକିଥିଲେ ମଧ୍ୟ ସେ ଆସିନଥିଲେ। ଯାହାଫଳରେ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ତେବେ ଶିଶୁର ମୃତ୍ୟୁ ହୋଇଥିବା ଜାଣିବା ପରେ ଡାକ୍ତର ମୃତ ଶିଶୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେପଟେ ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜୟପାଟଣା ପୋଲିସ ପହଞ୍ଚି ମୃତକଙ୍କ ପରିବାର ସହ ଆଲୋଚନା କରି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଅନ୍ୟପକ୍ଷରେ ଦାୟିତ୍ଵରେ ଥିବା ଡାକ୍ତର ଜଣକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.