କଳାହାଣ୍ଡି: ଜିଲ୍ଲାରେ "ବେଟି ବଚାଓ, ବେଟି ପଢାଓ ଓ ବେଟି ବଢାଓ" କାର୍ଯ୍ୟକ୍ରମର ଶୁଭାରମ୍ଭ କରାଇଛି ।
ଏହି ପ୍ରରିପେକ୍ଷିରେ ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନଙ୍କ ଦିନିକିଆ କଳାହାଣ୍ଡି ଗସ୍ତକରି ଜାତୀୟ କନ୍ୟା ଦିବସ ଓ "ବେଟି ପଢାଓ ବେଟି ବଚାଓ ବେଟି ବଢାଓ" କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହା ସହ ଏହି କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡର ଭାବେ 6 ଜଣ ଛାତ୍ରୀଙ୍କୁ ମନୋନୀତ କରିଛନ୍ତି। ଏହାପରେ ଜିଲ୍ଲାର ବିଭିନ୍ନ ସ୍କୁଲ କଲେଜର କୃତି ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି ଅବସରରେ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ବ୍ଲକ ଅଧ୍ୟକ୍ଷଙ୍କ ସହ ବହୁ ଜିଲ୍ଲା ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ