ETV Bharat / state

Municipal Election: ଧର୍ମଗଡ଼ରେ ବିଜୟ ବାନା ଉଡ଼ାଇଲା ବିଜେପି, କେସିଙ୍ଗାରେ ବିଜେଡି - ଧର୍ମଗଡ଼ରେ ବିଜେପି ବିଜୟୀ

ଧର୍ମଗଡ଼ରେ ଫୁଟିଲା ପଦ୍ମ। ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାବେଳେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେପି ବାଜିମାତ କରିଛି। ସେହିପରି କେସିଙ୍ଗାରେ ବିଜେଡି ପ୍ରାର୍ଥୀଙ୍କ ବିଜୟୀ ହୋଇଛି। ଅଧିକ ପଢ଼ନ୍ତୁ

municiapal election result in kalahandi
Municipal Election: ଧର୍ମଗଡ଼ରେ ବାନା ଉଡ଼ାଇଲା ବିଜେପି, କେସିଙ୍ଗାରେ ବିଜେଡି ବିଜୟୀ
author img

By

Published : Mar 26, 2022, 12:14 PM IST

Updated : Mar 26, 2022, 12:20 PM IST

ଭବାନୀପାଟଣା: ଧର୍ମଗଡ଼ରେ ଫୁଟିଲା ପଦ୍ମ। ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାବେଳେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେପି ବାଜିମାତ କରିଛି। ସେହିପରି କେସିଙ୍ଗାରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

Municipal Election: ଧର୍ମଗଡ଼ରେ ବିଜୟ ବାନା ଉଡ଼ାଇଲା ବିଜେପି, କେସିଙ୍ଗାରେ ବିଜେଡି

କଳାହାଣ୍ଡି ଜିଲ୍ଲାରେ ଜାରି ରହିଛି ପୌର ନିର୍ବାଚନ ଭୋଟ ଗଣତି ପ୍ରକ୍ରିୟା । ଅନ୍ୟପଟେ ଜିଲ୍ଲାର ଧର୍ମଗଡ଼ ଓ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଫଳାଫଳ ପ୍ରକାଶ ପାଇଛି। ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ବିଜେପିର ଅଶୋକ ମହାନ୍ତି। ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ମୁନିଙ୍କ ଠାରୁ ୨ ହଜାର ୪୬୧ଭୋଟ ବ୍ୟବଧାନରେ ବିଜୟ ହୋଇ ଶଙ୍ଖ ଗଡ଼ରେ ବିଜେପିର ବିଜୟ ବାନା ଉଡାଇଛନ୍ତି।

ଅଶୋକ ମହାନ୍ତି ଦୀର୍ଘ ଦିନ ଧରି ବିଜୁ ଜନତା ଦଳରେ ଥିବାବେଳେ ଚଳିତ ପୌର ନିର୍ବାଚନରେ ଦଳ ପକ୍ଷରୁ ନିକେଟ ନମିଳିବାରୁ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଦଳ ପରିବର୍ତ୍ତନ ପରେ ବିଜେପି ତାଙ୍କୁ ଧର୍ମଗଡ଼ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ ଚୟନ କରିଥିଲା। ତେବେ ଦୀର୍ଘ ବର୍ଷ ଧରି ବିଜେଡି ହାତରେ ଥିବା ଏହି ଆସନ ଏବେ ବିଜେପି ହାତକୁ ଯାଇଛି। ସେହିଭଳି କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଭାବେ ବିଜେଡି ପ୍ରାର୍ଥୀ ନୃପରାଜ ଯାଦବ ନିର୍ବାଚିତ ହୋଇଛନ୍ତି । ନିଜ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ରାମ କୁମାର ଜୌନଙ୍କ ଠାରୁ ୯୧୨ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Mar 26, 2022, 12:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.