ETV Bharat / state

କଳାହାଣ୍ଡିରେ ଆଦିବାସୀ ମହାମେଳି, ସାମିଲ ହେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ପାରମ୍ପରିକ ନାଚଗୀତ ସହିତ ଆଦିବାସୀଙ୍କ ବିଶାଳ ସମାବେଶ । ଯୋଗଦେଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି । କହିଲେ ଏଥର ଆଦିବାସୀଙ୍କ ବିଭିନ୍ନ ଦାବି ସଡ଼କରୁ ସଂସଦ ଭବନକୁ ଯିବ । ଅଧିକ ପଢ଼ନ୍ତୁ

କଳାହାଣ୍ଡିରେ ଆଦିବାସୀ ମହାମେଳି, ଯୋଗଦେଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି

author img

By

Published : Sep 14, 2022, 12:10 PM IST

ଭବାନୀପାଟଣା: ପାରମ୍ପରିକ ନାଚଗୀତ ସହିତ ଆଦିବାସୀ ଆଦିଷ୍କନ୍ଧଙ୍କ ମହାମେଳି । ଏକଜୁଟ ହୋଇଛନ୍ତି ଜିଲ୍ଲା ତଥା ଜିଲ୍ଲା ବାହାରର ଶହ ଶହ ଆଦିଷ୍କନ୍ଧ । ଆଦିଷ୍କନ୍ଧ ମାନଙ୍କ ଶିକ୍ଷାକ୍ଷେତ୍ରରେ ବିକାଶ, ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରିବା ସହ ଆଗାମୀ ଦିନରେ ଆଦିଷ୍କନ୍ଧଙ୍କ ବିଭିନ୍ନ ଦାବି ସଂସଦରେ ପହଞ୍ଚାଇବା ପାଇଁ ମଙ୍ଗଳବାର ଏକତ୍ରିତ ହୋଇଛନ୍ତି ଆଦିଷ୍କନ୍ଧ । ତେବେ ଏଥିରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ମଧ୍ୟ ଯୋଗଦେଇଥିଲେ ।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହଲିଙ୍ଗ ଠାରେ ଜିଲ୍ଲା ତଥା ଜିଲ୍ଲା ବାହାରର ଆଦିବାସୀଙ୍କ ସମାବେଶ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇଥିଲେ । ରାଜ୍ୟରେ ଥିବା ୬୨ ପ୍ରକାର ଆଦିବାସୀଙ୍କ ସମସ୍ୟା ଉପରେ କେନ୍ଦ୍ର ସରକାର ଦୃଷ୍ଟି ଦେଉ ନଥିବା ବେଳେ ଆଦିବାସୀଙ୍କ ବିଭିନ୍ନ ସମସ୍ୟା ତଥା ଶିକ୍ଷା, ସ୍ବାସ୍ଥ୍ୟ, ଜୀବନ ଜୀବିକା, କଳା ସଂସ୍କୃତି ଏପରିକି ଜଙ୍ଗଲ ଜମି ଅଧିକାର ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେଉନଥିବା ବାରମ୍ବାର ଅଭିଯୋଗ ହେଉଛି ।

କଳାହାଣ୍ଡିରେ ଆଦିବାସୀ ମହାମେଳି, ଯୋଗଦେଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି

ଏଭଳି ବିଭିନ୍ନ ଦାବି ନେଇ ପୂର୍ବରୁ ଆଦିବାସୀମାନେ ସଡ଼କରେ ଆନ୍ଦୋଳନ କରୁଥିଲେ । ତେବେ ଆଗାମୀ ଦିନରେ ଆଦିବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ସଂସଦ ଭବନରେ ଲଢେଇ ହେବ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆଦିବାସୀମାନେ ମହାଲିଙ୍ଗ ଦେବୀ ମନ୍ଦିରରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପାରମ୍ପରିକ ନାଚଗୀତରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଥିଲେ । ଏହାପରେ ସ୍ଥାନୀୟ ଷ୍ଟାଡିୟମରେ ଠାରେ ଅନୁଷ୍ଠିତ ହୋଇଥିଲା ଏହି ବିଶାଳ ସମାବେଶ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.