ETV Bharat / state

କଳାହାଣ୍ଡିରେ ପୁଣି ୬୦ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Oct 16, 2020, 9:40 PM IST

କଳାହାଣ୍ଡିରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ଜିଲ୍ଲାରେ ପୁଣି ୬୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

more-୬୦-corona-case-identify-in-kalahandi
କଳାହାଣ୍ଡିରେ ପୁଣି ୬୦ କୋରୋନା ଆକ୍ରାନ୍ତ ଚିହ୍ନଟ

ଭବାନୀପାଟଣା: ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲୋକାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ମୁଖ୍ୟତଃ ଭବାନୀପାଟଣା ସହରରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଥିବା ବୁଦ୍ଧିଜୀବୀ କହୁଥିବାବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ସାଜିଛି। ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ ରହିଛନ୍ତି ।

ଶୁକ୍ରବାର ଜିଲ୍ଲାରେ ପୁଣି ୬୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାରରୁ ଉର୍ଦ୍ଧ୍ବକୁ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୩ ହଜାର ୧୪୬ ଜଣ ସୁସ୍ଥ ହୋଇଛନ୍ତି ଓ ୧ ହଜାର ୩୬୪ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନରେ ଚିକିତ୍ସାଧୀନ ଅଛନ୍ତି । ସେପଟେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ଯାଇ କୋରୋନା ସର୍ଭେ ପ୍ରକ୍ରିୟା ଜାରି ରଖିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.