ETV Bharat / state

ପୋଲିସ-ମାଓବାଦୀ ଗୁଳି ବିନିମୟ

author img

By

Published : Aug 15, 2019, 10:53 PM IST

ଗୁଣ୍ଡୁରି ସଂରକ୍ଷିତ ଜଙ୍ଗଲରେ ବୁଧବାର ସନ୍ଧ୍ୟା ସମୟରେ ମାଓବାଦୀ-ଏସଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା କଥା କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଣ୍ଡୁରି ସଂରକ୍ଷିତ ଜଙ୍ଗଲରେ ବୁଧବାର ସନ୍ଧ୍ୟା ସମୟରେ ମାଓବାଦୀ-ଏସଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା କଥା କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସେଠାରେ ଥିବା ମାଓ କ୍ୟାମ୍ପରୁ ଡିଟୋନେଟର, ଜିଲେଟିନ, ମାଓ ପତ୍ରିକା, ଔଷଧ, ବ୍ୟାଗ ଓ ବିଭିନ୍ନ ମାଓସମଗ୍ରୀ ଉଦ୍ଧାର କରାଯାଇଛି । କିଛି ମାଓବାଦୀ ଏସଓଜି ଯବାନଙ୍କ ଗୁଳିରେ ଗୁରୁତର ହୋଇଥିବା କଳାହାଣ୍ଡି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଗୁଣ୍ଡୁରି ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରି ରହିଥିବା କଥା ଗୁଇନ୍ଦା ସୂତ୍ରରୁ ଖବର ପାଇ ଏସଓଜି ଯବାନ ମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ସେହି ସମୟରେ ମାଓବାଦୀ ମାନେ ଗୁଳି ଚଳାଇଥିଲେ । ଏସଓଜି ଯବାନ ମାନେ ପାଲଟା ଗୁଳି ଚାଳନା କରିବା ଫଳରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ସ୍ଲଗ-ପୋଲିସ ମାଓବାଦୀ ଗୁଳି ବିନିମୟ ।
ରିପୋର୍ଟର-ଅଜିତ ସିଂ
ସ୍ଥାନ-କଳାହାଣ୍ଡି
ଏଙ୍କର- ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଣ୍ଡୁରି ସଂରକ୍ଷିତ ଜଙ୍ଗଲ ରେ ଗତକାଲି ସଂଧ୍ୟା ସମୟରେ ମାଓବାଦୀ- ଏସଓଜି ଯବାନ ଗୁଳି ବିନିମୟ ହୋଇଥିଲା । Body:ଏନେଇ କଳାହାଣ୍ଡି ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଗୁଣ୍ଡୁରି ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରି ରହିଥିଲେ ଗୁଇନ୍ଦା ସୂତ୍ରରୁ ଖବର ପାଇ ଏସଓଜି ଯବାନ ମାନେ କମ୍ବିଂ କରୁଥିବା ସମୟରେ ମାଓବାଦୀ ମାନେ ଗୁଳି ଚଳାଇଥିଲେ ଏସଓଜି ଯବାନ ମାନେ ପାଲଟା ଗୁଳି ଚାଳନା କରିବା ଫଳରେ ମାଓବାଦୀ ମାନେ ଛତ୍ରଭଙ୍ଗ କରିଥିଲେ ।Conclusion: ମାଓ କ୍ୟାମ୍ପ ରୁ ଡିଟୋନେଟର , ଜିଲେଟିନ୍ , ମାଓ ପତ୍ରିକା, ଔଷଧ , ବ୍ୟାଗ ଓ ବିଭିନ୍ନ ମାଓସମଗ୍ରୀ ଉଦ୍ଧାର ହୋଇଛି ଏବଂ କିଛି ମାଓବାଦୀ ଏସଓଜି ଯବାନ ଗୁଳିରେ ଗୁରୁତର ହୋଇଥିବା କଳାହାଣ୍ଡି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ବାଇଟ-ବାତୁଲା ଗଙ୍ଗାଧର ( ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.