ETV Bharat / state

ମାଓବାଦୀଙ୍କ ବର୍ବରତା, ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା - ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

କିଛି ଦିନର ନିରବତା ପରେ ପୁଣି ରକ୍ତମୁଖା ହୋଇ ପଡ଼ିଛି ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା । ଅଧିକ ପଢ଼ନ୍ତୁ

moist killed a man suspicion of police informer in kalahandi
କଳାହାଣ୍ଡିରେ ମାଓବାଦୀଙ୍କ ବର୍ବରତା, ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା
author img

By

Published : Nov 25, 2022, 11:08 AM IST

Updated : Nov 25, 2022, 12:25 PM IST

ଭବାନୀପାଟଣା: ଲାଲବାହିନୀର ବର୍ବରତା । ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ । କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ପଞ୍ଚକୁଲ ଗ୍ରାମକର ଲାଲବତି ମାଝୀ ନାମକ ବ୍ୟକ୍ତିଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ମାଓବାଦୀଙ୍କ ପୋଷ୍ଟର ମିଳିଥିବା ଦେଖିବାକୁ ମିଳିଛି । କିଛି ଦିନର ନିରବତା ପରେ ପୁଣି ରକ୍ତମୁଖା ହୋଇଛି ଲାଲବାହିନୀ ।

ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ଦୁର୍ଗମ ତଳ ପଞ୍ଚକୁଲ ଗ୍ରାମର ୪୮ ବର୍ଷୀୟ ଲାଲବତି ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ମାଓବାଦୀ ଘରୁ ଉଠାଇ ନେଇ ହତ୍ୟା କରିଛନ୍ତି । ମାଓବାଦୀଙ୍କ ସମ୍ପର୍କରେ ପୋଲିସକୁ ତଥ୍ୟ ପ୍ରଦାନ କରୁଥିବା ସନ୍ଦେହରେ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ମାଓବାଦୀଙ୍କ ପୋଷ୍ଟର ଲାଗିଛି ।

ଉକ୍ତ ଅଞ୍ଚଳର କିଛି ଲୋକ ପୋଲିସ ଇନଫର୍ମର ଥିବା ଯୋଗୁଁ ଲାଲବାହିନୀ ସଂଗଠନ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି । ତେବେ ଏନେଇ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ଦେଇନଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ କୁମ୍ବିଂ ଅପରେସନ ଜାରି ରହିଥିବା ଜଣାପଡ଼ିଛି । ଗତକାଲି(ଗୁରୁବାର) ବଲାଙ୍ଗୀର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ ମାଓବାଦୀ ଗୁଳିବିନିମୟରେ ୨ ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲାରେ ବର୍ବରତା ଘଟାଇଛି ଲାଲବାହିନୀ ।

ଇଟିଭି ଭାରତ, କଳାହାଣ୍ଡି

Last Updated : Nov 25, 2022, 12:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.