ETV Bharat / state

କଳାହାଣ୍ଡିରେ ଲଜ୍ଜା, ପାଞ୍ଚ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ - କଳାହାଣ୍ଡିରେ ଲଜ୍ଜାଜନକ ଘଟଣା

ପାଞ୍ଚ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ 48 ବର୍ଷୀୟ ବ୍ୟକ୍ତି ଗିରଫ । ଅଧିକ ପଢନ୍ତୁ

Minor raped in Kalahandi
Minor raped in Kalahandi
author img

By ETV Bharat Odisha Team

Published : Sep 24, 2023, 8:15 AM IST

Minor raped in Kalahandi

ଭବାନୀପାଟଣା: କଳାହାଣ୍ଡିରେ ଲଜ୍ଜାଜନକ ଘଟଣା । ସୀମା ଟପୁଛି ପାଶବିକତା, ମାନବିକତା ହରାଉଛି ମନୁଷ୍ୟ । 5 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କଲା 48 ବର୍ଷୀୟ ବ୍ୟକ୍ତି । ମୂର୍ତ୍ତି ବିସର୍ଜନ କରିବାକୁ ନଦୀକୁ ଯାଇଥିବା ବେଳେ ଏକ ଜଙ୍ଗଲକୁ ଟେକି ନେଇ ଶିଶୁ କନ୍ୟାକୁ ଦୁଷ୍କର୍ମ କଲା ଅଭିଯୁକ୍ତ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମଦନପୁର ରାମପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ହେଉଛି ୪୮ ବର୍ଷୀୟ ଉଗ୍ରସେନ ଭୋଇ ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତର ଘର ପୀଡିତାଙ୍କ ଘର ପାଖରେ । ନିଜ ଘର ପାଖରେ ଦୋକାନ ଖଣ୍ଡିଏ କରି ରୁହେ ଉଗ୍ରସେନ ଭୋଇ। ତାର ନଜର ସବୁଦିନ ରହିଥିଲା ପୀଡିତାଙ୍କ ଉପରେ ଅନେକ ସମୟରେ ତାଙ୍କୁ ଦୋକାନକୁ ଡାକି ଚକୋଲେଟ ଦେଇଥାଏ ଅଭିଯୁକ୍ତ ଜଣକ । ତେବେ ପୀଡିତା ଜଣଙ୍କ ତାଙ୍କ ବାପାଙ୍କ ସହ ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ କରିବାକୁ ପାଣିଘାଟକୁ ଯାଇଥିବା ବେଳେ ଏହି ସମୟରେ ତାଙ୍କୁ ଉଠାଇନେଇ ପାଖରେ ଥିବା ଏକ ଜଙ୍ଗଲକୁ ନେଇ ଯାଇଥିଲା ଉଗ୍ରସେନ ଭୋଇ । ସେଠାରେ ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ ।

ଏହା ମଧ୍ୟ ପଢନ୍ତୁ-ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବଡବାପା ପୁଅ ଅଟକ

ଶିଶୁକନ୍ୟାର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଘରକୁ ଆଣିଥିଲେ। ପରିବାର ଲୋକେ ଝିଅ ସହ ଦୁଷ୍କର୍ମ ହୋଇଥିବା ଜାଣିପାରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏନେଇ ପରିବାର ପକ୍ଷରୁ ମଦନପୁର ରାମପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଛି । ଏହାପରେ ଅଭିଯୁକ୍ତ ଉଗ୍ରସେନ ଭୋଇକୁ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ-୬ ବର୍ଷ ପରେ ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ, ୧୦ ବର୍ଷ କାରାଦଣ୍ଡାଦେଶ ଦେଲେ ପୋକ୍ସୋ କୋର୍ଟ

ଗତ ଜାନୁଆରୀ ମାସରେ ପୁରୀ ଜିଲ୍ଲାରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଘଟଣାରେ ପୀଡ଼ିତାଙ୍କ ବଡବାପାଙ୍କ ପୁଅକୁ ପୋଲିସ ଅଟକ ରଖିଥିଲା । ପୁରୀ ଜିଲ୍ଲା ଅସ୍ତରଙ୍ଗରେ ବି ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଅସ୍ତରଙ୍ଗ ବ୍ଲକର ଜଣେ 15 ବର୍ଷର ଦିବ୍ୟାଙ୍ଗ ଝିଅ ମୋବାଇଲ ଦେଖୁଥିବା ସମୟରେ ଚାରିଜଣ ଯୁବକ ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ କରିଥିବା ଲିଖିତ ଅଭିଯୋଗ ଆଣିଥିଲେ ପୀଡିତାଙ୍କ ମାଆ । ଅଭିଯୋଗ ପରେ ଅସ୍ତରଙ୍ଗ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.