ETV Bharat / state

ଚିକିତ୍ସାରେ ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ଅଭିଯୋଗ - ଶିଶୁ ମୃତ୍ୟୁ ଅଭିଯୋଗ

କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା କାରଣରୁ ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୋଗକୁ ଖଣ୍ଡନ କଲେ ମେଡିକାଲ କର୍ତ୍ତୃପକ୍ଷ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Sep 5, 2019, 3:08 PM IST

କଳାହାଣ୍ଡି: ପୁଣି ପଦାରେ ପଡିଲା ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ର । ଚିକିତ୍ସା ଅବହେଳା ନେଇ ଜଣେ 4 ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାରୁ । ମୃତ ଶିଶୁ ହେଲେ ଡୁମେରମୁଣ୍ଡା ପଞ୍ଚାୟତ ମୁଖିଗୁଡା ଗାଁର ସନ୍ଧ୍ୟା ପୁଜାରୀ । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ଅନୁଯାୟୀ, ଶିଶୁଟି ନିମୋନିଆରେ ପୀଡିତ ଥିବାରୁ ପରିବାର ଲୋକେ ଗୁରୁବାର ତାଙ୍କୁ ଧର୍ମଗଡ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଉପଯୁକ୍ତ ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ଚିକିତ୍ସାରେ କୌଣସି ଅବହେଳା କରାଯାଇନଥିବା କହିଛନ୍ତି ମେଡିକାଲ ଏଡିଏମଓ । ଶିଶୁଟି ଗୁରୁତର ଥିବାରୁ ମୃତ୍ୟୁ ହୋଇଥିବା କହିଛନ୍ତି ସେ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:Slug-6 YR BOYS RESCUE BY SENIOR
format--avO
reporter—Gyanaranjan ojha
place--jajpur
date--05.09.19
Anchor-- ବୟସରେ ସାନ କିନ୍ତୁ କାମ ତାଙ୍କ ଅନନ୍ୟ । ନିଜ ଜୀବନକୁ ବାଜି ଲଗାଇ ମୃତ୍ୟୁ ମୁଖରୁ ବଚାଇଲେ ୬ ବର୍ଷ ଛାତ୍ରର ଜୀବନ । ପାଣିରେ ବୁଡି ଯାଉଥିବା ଛାତ୍ରକୁ ଉଦ୍ଧାର କରି ସାହାସିକତାର ପ୍ରମାଣ ଦେଇଛନ୍ତି ଦୁଇ ଅଷ୍ଟମ ଶ୍ରେଣୀ ଛାତ୍ର । ଏଭଳି ଘଟଣା ଘଟିଛି ଯାଜପୁର ଜିଲା କୋରେଇ ବ୍ଲକ ସାଦକପୁର ଅଂଚଳରେ । ଗଣେଶ ପୂଜା ଭସାଣି ସାରି ସ୍କୁଲରୁ ଘରକୁ ଫେରୁଥିଲେ ସାଦକପୁର ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ର ଅବଦୁଲ୍ ରୁମାନ୍ ଖାନ । କୈାତୁହଳ ବସତଃ ନିଜ ସହପାଠୀଙ୍କ ସହ ରାସ୍ତା କଡରେ ଥିବା ପୋଖରୀରେ ମାଛ ଦେଖିବାକୁ ଯାଇ ଖସି ଯାଇଥିଲା ଅବଦୁଲର ଗୋଡ । ପୋଖରୀ ଗଭୀର ଥିବାରୁ ପାଣିରେ ଉବୁଟୁବୁ ହେଉଥିଲା ଅବଦୁଲ । ମା ମା କହି କଇଁ କଇଁ କାନ୍ଦୁଥିଲା ଅବଦୁଲ । ଏହି ସମୟରେ ପୋଖରୀ ପାଖରେ ଥିବା କୋରେଇ ହାଇସ୍କୁଲର ଦୁଇ ଅଷ୍ଟମ ଶ୍ରେଣୀ ଛାତ୍ର ସେହିବାଟ ଦେଇ ଯାଉଥିଲେ । ଆଉ ସେମାନେ ଅବଦୁଲକୁ ଗଭୀର ପାଣିରେ ବୁଡୁଥିବାର ଦେଖିବାକୁ ପାଇଥିଲେ । ପାଖରେ କେହି ନଥିବାରୁ ନିଜ ଜୀବନକୁ ବାଜି ଲଗାଇ ପାଣିକୁ ଡେଇଁଥିଲେ କୋରେଇ ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ମହମ୍ମଦ ସୋଏବ । ଉପସ୍ଥିତ ବୁଦ୍ଧି ଖଟାଇ ଗଭୀର ପାଣିରୁ ନିଜ ହାତରେ ଜାବୁଡି ଧରି ଅବଦୁଲକୁ ବାହାରକୁ ଆଣିବାକୁ ଚେଷ୍ଟା କରିଥିଲେ । ଆଉ ସୋଏବର ସାଥି ସେକ୍ ତୋସିବ ମଧ୍ୟ ପାଣିରେ ପସି ନିଜ ହାତ ବଢାଇ ସୋଏବକୁ କୁଳକୁ ଟାଣିଥିଲେ । କୂଳକୁ ଆଣିବା ପରେ ବେହୋସ୍ ହୋଇପଡିଥିବା ଅବଦୁଲର ପେଟ ଚିପି ପିଇଯାଇଥିବା ପାଣିକୁ ବାହାର କରିଥିଲେ ଦୁଇ ସାଙ୍ଗ । ଅଉ ସାଷ୍ଟାଙ୍ଗ ହେବା ପରେ ସ୍କୁଲ ଶିକ୍ଷକଙ୍କ ସହ ଅବଦୁଲକୁ ନେଇ ତାଙ୍କ ଘରେ ଛାଡିଥିଲେ । ଖବର ପାଇ ପୋଖରୀ ନିକଟରେ ପହଚିଂଥିଲେ ସାଦକପୁର ସ୍କୁଲର ପ୍ରଧାନ ଶିକ୍ଷକ ଦୁର୍ଗାମାଧବ ମହାନ୍ତି । ଘଟଣାସ୍ଥଳେ ପହଂଚି ସାହାସୀ ଦୁଇ ଛାତ୍ରଙ୍କୁ ସାବାସି ଜଣାଇବା ସହ ଅବଦୁଲ ରୁମାନଙ୍କୁ ନେଇ ତାର ପରିବାରକୁ ଭେଟିଥିଲେ । ପୁଅକୁ ମୃତ୍ୟୁ ମୁଖରୁ ଫେରିପାଇ କାନ୍ଦି କାନ୍ଦି ମା ଅବଦୁଲର ମା ଅବଦୁଲକୁ ବଂଚାଇଥିବା ଦୁଇ ସାଙ୍ଗକୁ ଗେଲ କରିବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତର କାମନା କରିଥିଲେ । ଉଭୟ ହାଇସ୍କୁଲ ଓ ପ୍ରାଥମିକ ସ୍କୁଲ ପକ୍ଷରୁ ସାହାସୀ ଦୁଇ ସାଙ୍ଗକୁ ପ୍ରଶଂସା କରାଯାଇଥିବାବେଳେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଯାଇଥିବା ଓ ଦୁଇ ସାହାସୀ ଛାତ୍ରଙ୍କୁ ସାହସୀକତା ପୁରସ୍କାର ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ସ୍କୁଲର ପ୍ରଧାନଶିକ୍ଷକ ଦାବି କରିଛନ୍ତି । ନିଜ ଜୀବନକୁ ବାଜି ଲଗାଇ କୋମଳବତୀ ଛାତ୍ର ଅବଦୁଲକୁ ବଚାଂଇ ବେସ୍ ପ୍ରଶଂସା ସାଉଁଟିଛନ୍ତି ଦୁଇ ଛାତ୍ର ସୋଏବ ଓ ତୋଷିବ । ମାତ୍ର ୧୩ ବର୍ଷ ବୟସରେ ଦୁଇ ଛାତ୍ର ଦେଖାଇଥିବା ସାହାସ ପାଇଁ ସରକାର ଦୁଇ ଛାତ୍ରଙ୍କୁ ସାହସୀକତା ପୁରସ୍କାର ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହୋଇଥିବାବେଳେ ସ୍କୁଲ ସନ୍ନିକଟରେ ଥିବା ପୋଖରୀକୁ ବାଡ ବନ୍ଦି କରିବାକୁ ଦାବି ହୋଇଛି । ବୁଡି ଯାଉଥିବା ଶିଶୁ : ସାଦକପୁର ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ର ତଥା ଫାଜଲପୁର ଗ୍ରାମର ଅବଦୁଲ ନାଜାମ ଖାଁଙ୍କ ପୁଅ ଅବଦୁଲ ରୁମାନ ଖାଁ(୬) ଜୀବନ ବଚାଂଇଥିବା ଦୁଇ ସାଥି : କୋରାଇ ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ତଥା ସାଦକପୁର ପଂଚାୟତର ସାଦକପୁର ଗ୍ରାମର ମହମ୍ମଦ ଦାଉଦଙ୍କ ପୁଅ ସୋଏବ ଆକ୍ତର ଓ ଫାଜଲପୁର ଗ୍ରାମର ସେକ କାଲାବାଉଙ୍କ ପୁଅ ସେକ ତୋସିବ ରାଜା

Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.