ETV Bharat / state

ବାଙ୍ଗାଲୁରୁରେ ଦାଦନ ଶ୍ରମିକଙ୍କ ମୃତ୍ୟ, ଗାଁକୁ ଫେରୁଛି ମୃତଦେହ

author img

By

Published : Nov 26, 2022, 10:54 PM IST

କଳାହାଣ୍ଡି ଜିଲ୍ଲାରେ ପୁଣି ଦାଦନ ଦୁଃଖ । ବାଙ୍ଗାଲୁରୁରେ କାମ କରୁଥିବା ୧୮ ବର୍ଷୀୟ ଦାଦନ ଶ୍ରମିକଙ୍କର ମୃତ୍ୟୁ । ଠିକା ସଂସ୍ଥା ମାଲିକଙ୍କ ସହାୟତାରେ ଗାଁକୁ ଫେରୁଛି ମିନକେତନଙ୍କ ମୃତଦେହ । ଅଧିକ ପଢ଼ନ୍ତୁ

ବାଙ୍ଗାଲୋରରେ ୧୮ ବର୍ଷୀୟ ଦାଦନ ଶ୍ରମିକଙ୍କ ମୃତ୍ୟ, ଗାଁକୁ ଫେରୁଛି ମୃତଦେହ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପୁଣି ଦାଦନ ଦୁଃଖ । ବାଙ୍ଗାଲୁରୁରେ କାମ କରୁଥିବା ୧୮ ବର୍ଷୀୟ ଦାଦନ ଶ୍ରମିକଙ୍କର ମୃତ୍ୟୁ । ବାପାଙ୍କ ଦେହ ଅସୁସ୍ଥ ହେବା କାରଣରୁ ପରିବାର ପ୍ରତିପୋଷଣ ପାଇଁ ବାଙ୍ଗାଲୁରୁ ଦାଦନ ଖଟିବାକୁ ଯାଇଥିଲେ ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଡୁଡୁକାଠେଙ୍ଗା ଗାଁର ଗୁରୁଦା ମାଝୀଙ୍କ ୧୮ ବର୍ଷର ପୁଅ ମିନକେତନ ମାଝୀ ।

ରାଜ୍ୟରେ ଉଗ୍ରରୂପ ଧାରଣ କରୁଛି ଦାଦନ ପ୍ରଥା । ଛୁଆଠୁ ବୁଢ଼ା ସଭିଏଁ ଏବେ ଦାଦନ ମୁହାଁ ହେବାରେ ଲାଗିଛନ୍ତି । କାମ ଧନ୍ଦା ଅଭାବରୁ ଦୁଇ ପଇସା ରୋଜଗାର ଆଶାରେ ଘର ଛାଡ଼ୁଛନ୍ତି ସଭିଏଁ । ଦାଦନ ପ୍ରଥା ରୋକିବା ପାଇଁ ସରକାର ଅନେକ ଯୋଜନା କରୁଥିଲେ ସୁଦ୍ଧା କେତେକାଞ୍ଚଳରେ ଯୋଜନାର ସଠିକ ରୂପାୟନ ନହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ କିଏ ବିକଳାଙ୍ଗ ହେଇ ଫେରୁଛି ତ ଆଉ କିଏ ଫେରି ମଧ୍ୟ ପାରୁନାହାନ୍ତି । କମ ବୟସର ଅନେକ ପିଲା ଏବେ ଦାଦନ ମୁହାଁ ହୋଇଛନ୍ତି । ଯେଉଁ ସମୟରେ ସ୍କୁଲ କଲେଜକୁ ଯାଇ ପାଠ ପଢିବା କଥା ପରିବାର ପ୍ରତିପୋଷଣ ପାଇଁ ସେମାନେ ସାଜିଛନ୍ତି ଦାଦନ ଶ୍ରମିକ । ଯାହା ଆମ ବ୍ୟବସ୍ଥା ଉପରେ ଉଠାଇଛି ଏକ ବିରାଟ ପ୍ରଶ୍ନବାଚୀ ।

ତେବେ କଳାହାଣ୍ଡି ଜିଲ୍ଲାରେ ପୁଣିଥରେ ସେହି ଦାଦନ ଦୁଃଖ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଡୁଡୁକାଠେଙ୍ଗା ଗାଁର ଗୁରୁଦା ମାଝୀଙ୍କ ଦେହ ଅସୁସ୍ଥ ହେବା କାରଣରୁ ପରିବାର ଚାଳିବାରେ ସମସ୍ୟା ହେଉଥିଲା । ପରିବାର ପ୍ରତିପୋଷଣ କରିବା ପାଇଁ ୧୮ ବର୍ଷର ପୁଅ ମିନକେତନ ମାଝୀ ଦାଦନ ସର୍ଦ୍ଦାର ସହ ଯୋଗାଯୋଗ କରି ସୁଦୂର ବାଙ୍ଗାଲୋରର ନାଗବରା ଅଞ୍ଚଳକୁ ଦାଦନ ଖଟିବା ପାଇଁ ଗତ ୭ ମାସ ତଳେ ଯାଇଥିଲେ । ସେଠାରେ ସେ ଏକ ଠିକ ସଂସ୍ଥାରେ ଶ୍ରମିକ ଭାବରେ କାମ ମଧ୍ୟ କରୁଥିଲେ । ପ୍ରତ୍ୟେକ ମାସରେ ଘରକୁ ଟଙ୍କା ମଧ୍ୟ ପଠାଉଥିଲେ ।

ଶନିବାର କାମ କରିବା ସମୟରେ ହଠାତ ତାଙ୍କର ଦେହ ଅସୁସ୍ଥ ହୋଇଥିଲା । ତୁରନ୍ତ ସାଥି ଶ୍ରମିକ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ମିନକେତନଙ୍କ ମୃତ୍ୟ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ । ଏନେଇ ସାଥି ଶ୍ରମିକ ମିନକେତନଙ୍କ ପରିବାର ଓ ଠିକା ସଂସ୍ଥା ମାଲିକଙ୍କୁ ଖବର ମଧ୍ୟ ଦେଇଥିଲେ । ଖବର ପାଇବାରେ ପରେ ମାଆ ଆଖିରୁ ଆଉ ଲୁହ ଶୁଖୁନି । ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ଠିକା ସଂସ୍ଥା ମାଲିକଙ୍କ ସହାୟତାରେ ମିନକେତନଙ୍କ ମୃତଦେହ ଗାଁକୁ ଫେରୁଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.