ETV Bharat / state

ତେଲେଙ୍ଗାନାରୁ କଳାହାଣ୍ଡିର ଦାଦନ ଶ୍ରମିକ ଉଦ୍ଧାର - କଳାହାଣ୍ଡି ଖବର

ତେଲେଙ୍ଗାନାର ଇଟାଭାଟିରେ ଫସି ରହିଥିବା କଳାହାଣ୍ଡିର ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ମୁକୁଳିବା ପାଇଁ ନିବେଦନ କରୁଥିବା ଭିଡିଓ ପ୍ରସାରଣ ହେବାପରେ ତୁରନ୍ତ ପଦକ୍ଷେପ ନେଲା ପ୍ରଶାସନ । ଅଧିକ ପଢ଼ନ୍ତୁ

ତେଲେଙ୍ଗାନାରୁ ଉଦ୍ଧାର ହେଲେ ଦାଦନ ଶ୍ରମିକ
ତେଲେଙ୍ଗାନାରୁ ଉଦ୍ଧାର ହେଲେ ଦାଦନ ଶ୍ରମିକ
author img

By

Published : Jul 6, 2022, 8:32 PM IST

ଭବାନୀପାଟଣା: ତେଲେଙ୍ଗାନାରୁ ମୁକୁଳିବା ପାଇଁ ଭିଡିଓ ମାଧ୍ୟମରେ ସରକାରଙ୍କୁ ନିବେଦନ କରିଥିବା ଦାଦନ ଶ୍ରମିକ ଉଦ୍ଧାର । ବିନା ଟଙ୍କାରେ ଶ୍ରମିକଙ୍କୁ କାମ କରିବାକୁ ବାଧ୍ୟ କରାଯିବା ସହ ଅମାନୁଷିକ ଭାବରେ ଅତ୍ୟାଚାର କରାଯାଉଥିବା ହୋଇଥିଲା ଅଭିଯୋଗ ।

ତେଲେଙ୍ଗାନାରୁ ଉଦ୍ଧାର ହେଲେ ଦାଦନ ଶ୍ରମିକ

ଶ୍ରମିକମାନେ ମୁକୁଳିବା ପାଇଁ ଅନୁରୋଧ କରିଥିବା ଏକ ଭିଡିଓ ପ୍ରସାରଣ ହୋଇଥିଲା । ଏହାପରେ ଧର୍ମଗଡ଼ ଉପଜିଲ୍ଲାପାଳ, ଜିଲ୍ଲା ଶ୍ରମ ବିଭାଗ ଅଧିକାରୀଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରମ ବିଭାଗ ତେଲେଙ୍ଗାନା ପ୍ରଶାସନ ସହ ଯୋଗାଯୋଗ କରି ସ୍ଥାନୀୟ ପୋଲିସ ସହାୟତାରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି ।

ତେଲେଙ୍ଗାନାରୁ କଳାହାଣ୍ଡିର ଦାଦନ ଶ୍ରମିକ ଉଦ୍ଧାର

ସୂଚନା ଅନୁସାରେ ରୋଜଗାର ଦେବା ଆଳରେ ବଲାଙ୍ଗୀରର ବେଣୁ ଦାସ ନାମକ ଦଲାଲ ଶ୍ରମିକମାନଙ୍କୁ ତେଲେଙ୍ଗାନାର ଏକ ଇଟାଭାଟିକୁ ନେଇଥିଲା । କିନ୍ତୁ ସେଠାରେ ସେମାନଙ୍କୁ ନାନା ଅତ୍ୟାଚାର କରାଯିବା ସହ ସମସ୍ତଙ୍କୁ ବନ୍ଧକ ରଖା ଯାଇଥିଲା । ଏନେଇ ଇଟିଭି ଭାରତରେ ଖବର ପ୍ରସାରଣ କରାଯିବା ସହିତ ଟୁଇଟ ହୋଇଥିଲା । ସେପଟେ 'ଶ୍ରମିକମାନଙ୍କୁ ହାଇଦ୍ରାବାଦର କାୱାଡିପାଲିରୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା ହୋଇଛି ।

ଏନେଇ ବେଆଇନ ମାନବ ଚାଲଣ ଅଭିଯୋଗରେ କଳାହାଣ୍ଡି କୋକସରା ଥାନାରେ ମାମଲା ରୁଜୁ ହୋଇଛି' ବୋଲି ଟୁଇଟରରେ ଉତ୍ତର ଦେଇଛନ୍ତି କଳାହାଣ୍ଡି ଏସପି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.