ETV Bharat / state

ରାଜକୋଟରେ ନିଖୋଜ ହୋଇଗଲେ ଦାଦନ ଶ୍ରମିକ

ପରିବାର ପ୍ରତିପୋଷଣ ପାଇଁ ଅଧିକ ଟଙ୍କାର ଆବଶ୍ୟକତା ଥିବାରୁ ଗୁଜୁରାଟ ଯାଇଥିଲେ କିଡିଙ୍ଗ ଗାଁର ଅଲେଖ ଶବର । ସେଠାରେ ଦାଦନ ଶ୍ରମିକ ନିଖୋଜ ହାଇଯାଇଥିବା ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : Oct 19, 2022, 10:57 AM IST

ରାଜକୋଟରେ ନିଖୋଜ ହୋଇଗଲେ ଦାଦନ ଶ୍ରମିକ
ରାଜକୋଟରେ ନିଖୋଜ ହୋଇଗଲେ ଦାଦନ ଶ୍ରମିକ

ଭବାନୀପାଟଣା: ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ, ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ନିଖୋଜ ହୋଇଗଲେ କଳାହାଣ୍ଡି କିଡିଙ୍ଗ ଗାଁର ଅଲେଖ ଶବର । ଟଙ୍କା ରୋଜଗାର କରିବା ଆଶାରେ ଗୁଜୁରାଟ ଯାଇଥିବା ବେଳେ ସେଠାରେ ରାଜକୋଟ ଠାରେ ସେ ନିଖୋଜ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି । ଦାଦନ ଖଟିବାକୁ ଯିବାର ୩ଦିନ ପରେ ନିଖୋଜ ହୋଇଗଲେ ଅଲେଖ ଶବର । ଏନେଇ ପରିବାର ଲୋକେ ନର୍ଲା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହା ମଦ୍ୟ ପଢନ୍ତୁ-Cyclone Sitrang : ପ୍ରଭାବିତ ଆଶଙ୍କା ଜିଲ୍ଲାର ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡିବାକୁ ପରାମର୍ଶ

ମିଳିଥିବା ସୂଚନା ଅନୁଯାୟୀ ପରିବାର ପ୍ରତିପୋଷଣ ପାଇଁ ଅଧିକ ଟଙ୍କାର ଆବଶ୍ୟକତା ଥିବାରୁ କିଡିଙ୍ଗ ଗାଁର ଅଲେଖ ଶବର ଗୁଜୁରାଟରେ ଦାଦନ ଖଟିବାକୁ ମନସ୍ଥ କରିଥିଲେ । ଏଥି ପାଇଁ ଗତ ଅକ୍ଟୋବର ୧୧ ତାରିଖରେ ସାଥି ଶ୍ରମିକଙ୍କ ସହ ଗୁଜୁରାଟ ରାଜକୋଟକୁ ବାହାରିଥିଲେ, ସେଠାରେ ଗତ ୧୩ ତାରିଖରେ ପହଞ୍ଚିଥିଲେ, ଆଉ ପହଞ୍ଚିବା ପରେ ରାଜକୋଟରେ ଗୋଟିଏ ଦିନ ରହି ପରିବାର ଲୋକଙ୍କ ସହ ଫୋନରେ କଥା ମଧ୍ୟ ହୋଇଥିଲେ, ହେଲେ ପର ଦିନ ଠାରୁ ତାଙ୍କ ଫୋନ ନଲାଗିବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡିଥିଲେ ।

ଏହା ମଧ୍ୟ ପଢନ୍ତୁ-ବ୍ୟାଙ୍କ ଲେଡିଙ୍କୁ ପ୍ରେମ କରି ଠକିଦେଲେ ଏମ୍ସ ଡାକ୍ତର, ବାନ୍ଧିଲା ପୋଲିସ

ଏହାପରେ ଅଲେଖଙ୍କ ପରିବାର ଲୋକଙ୍କୁ ତାଙ୍କ ସାଥି ଶ୍ରମିକ ମାନେ ଫୋନ କରି ଅଲେଖ ନିଖୋଜ ହୋଇଯାଇଥିବା ଜଣାଇଥିଲେ, ଏଥି ସହ ବହୁ ଖୋଜା ଖୋଜି ପରେ ମଧ୍ୟ ପାଇନଥିବା କହିଥିଲେ । ପରେ ଆଲେଖଙ୍କ ପରିବାର ଲୋକେ ନର୍ଲା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଏନେଇ ଏକ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ନିଖୋଜ ବ୍ୟକ୍ତିଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପୋଲିସର ତଦନ୍ତ ପରେ ଅଲେଖ ଶବରଙ୍କ ବିଷୟରେ କିଛି ସୂଚନା ମିଳିବା ନେଇ ପରିବାର ଲୋକେ ଆଶା କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.