ETV Bharat / state

ବାଜିଲା ଖବର ପଡିଲା ପ୍ରଭାବ, କଦମାଙ୍କ ନିକଟରେ ପହଞ୍ଚିଲା ଡାକ୍ତରୀ ଟିମ୍ - ସୁସ୍ଥ ହେବେ କୁଷ୍ଠରୋଗୀ

ଦିନେ ନୁହେଁ କି ଦୁଇ ଦିନ ନୁହେଁ ୩୦ ବର୍ଷ ହେବ ପଥର କୁଡିଆରେ ଅଭିଶପ୍ତ ଜୀବନ ବିତାଉଛନ୍ତି କୁଷ୍ଠ ରୋଗୀ କଦମା ମାଝୀ । କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ଯୋଗୁଁ ଗ୍ରାମବାସୀ ତାଙ୍କୁ ଗାଁରୁ ବାସନ୍ଦ କରିଦେଇଛନ୍ତି । ଅଧିକ ପଢ଼ନ୍ତୁ

କଦମାଙ୍କ ନିକଟରେ ପହଞ୍ଚିଲା ଡାକ୍ତରୀ ଟିମ୍, ସୁସ୍ଥ ହେବେ କୁଷ୍ଠରୋଗୀ !

author img

By

Published : Jul 11, 2022, 8:46 AM IST

ଭବାନୀପାଟଣା: ଯୁଗ ବଦଳିଲାଣି । ହେଲେ ମଣିଷର ଚିନ୍ତାଧାରାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଯେଉଁଥିପାଇଁ ୩୦ ବର୍ଷ ହେବ ପଥର କୁଡିଆରେ ଅଭିଶପ୍ତ ଜୀବନ ବିତାଉଛନ୍ତି କୁଷ୍ଠ ରୋଗୀ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ଗାଁରେ ରୁହନ୍ତି କୁଷ୍ଠ ରୋଗୀ କଦମା ମାଝୀ । କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ଯୋଗୁଁ ଗ୍ରାମବାସୀ ତାଙ୍କୁ ଗାଁରୁ ବାସନ୍ଦ କରିଦେଇଛନ୍ତି । ତେଣୁ ଘରଦ୍ବାର ଛାଡି ଗାଁଠାରୁ ପ୍ରାୟ ୧ କିଲୋମିଟର ଦୂର ଏକ ପାହାଡରେ ଏକାକୀ ପଥର କୁଡ଼ିଆରେ ଭାଗ୍ୟ ଆଦରି ପଡ଼ି ରହିଛନ୍ତି ।

କଦମାଙ୍କ ନିକଟରେ ପହଞ୍ଚିଲା ଡାକ୍ତରୀ ଟିମ୍, ସୁସ୍ଥ ହେବେ କୁଷ୍ଠରୋଗୀ !

ଖରା, ବର୍ଷା, ଶୀତ ଖାଇ ବର୍ଷ ତମାମ ଆଦିମ ମଣିଷ ଭଳି ଏଇ ପଥର କୁଡିଆରେ ସେ ପଡି଼ ରହିଛନ୍ତି । ମାଗିଯାଚି ଓଳିଏ ଖାଇଲେ ଓଳିଏ ଉପାସରେ ରହୁଛନ୍ତି । ଏସମ୍ପର୍କରେ ଆମ ଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ହେବାପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ଅନ୍ୟପଟେ ରବିବାର ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀଙ୍କ ନେତୃତ୍ୱରେ ଏକ ଡାକ୍ତରୀଦଳ କଦମାଙ୍କ ନିକଟରେ ପହଞ୍ଚି ଚିକିତ୍ସା ସେବା ଯୋଗାଇଦେବା ସହ ଔଷଧ ଓ ଜୋତା ପ୍ରଦାନ କରିଥିଲେ । ଏହାସହ ସ୍ଥାନୀୟ ANM ଓ ଆଶା କର୍ମୀଙ୍କୁ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ନିୟମିତ ଭାବେ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.