ETV Bharat / state

ପ୍ରଥମ ଦିନରୁ ପ୍ରଶ୍ନପତ୍ର ଭାଇରାଲ; ମନ୍ତ୍ରୀଙ୍କ ଖଣ୍ଡନ, ବୋର୍ଡର ମଧ୍ୟ ଅସ୍ବୀକାର - matric exam question paper

ମାଟ୍ରିକ ପରୀକ୍ଷା ଆରମ୍ଭ ହେଉ ହେଉ ପ୍ରଶ୍ନପତ୍ର ଭାଇରାଲ । ବୋର୍ଡ ପିଛା ଛାଡୁନି ଲିକ୍ ଭୁତ । ତେବେ ଭାଇରାଲ କିଏ କଲା ? ଚଳିତ ବର୍ଷର ପ୍ରଶ୍ନପତ୍ର କି ନୁହେଁ ସ୍ପଷ୍ଟ ହୋଇନଥିବା ବେଳେ ଏନେଇ କଣ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ପଢନ୍ତୁ...

matric exam question paper
matric exam question paper
author img

By

Published : Feb 19, 2020, 4:05 PM IST

କଳାହାଣ୍ଡି: ଗତବର୍ଷ 2019ରେ ହୋଇଥିବା ମାଟ୍ରିକ ପରୀକ୍ଷାରେ ଲଗାତାର ଭବେ ପ୍ରଶ୍ନ ପତ୍ର ଭାଇରାଲ ହୋଇଥିଲା । କେଉଁଠି ପରୀକ୍ଷା ପୂର୍ବରୁ ଭାଇରାଲ ହୋଇଥିଲା ତ କେଉଁଠି ପରୀକ୍ଷା ସମୟରେ । ଯାହାକୁ ନେଇ ଗଣଶିକ୍ଷା ବିଭାଗ, ବୋର୍ଡ ଅନେକ ଅପବାଦ ମୁଣ୍ଡାଇଥିଲେ । ତେବେ ଚଳିତ ବର୍ଷ କେମିତି ପ୍ରଶ୍ନପତ୍ର ଭାଇରାଲ ନହେବ ଏବଂ ପରୀକ୍ଷା ବ୍ୟବସ୍ଥିତ ଭାବେ ସମ୍ପାଦନ ହେବ ସେନେଇ ବିଭାଗ ପରୀକ୍ଷାର ଢେର ଆଗରୁ ପଦକ୍ଷେପ ନେଇଥିଲା । କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ ।

ପ୍ରଥମ ଦିନରୁ ପ୍ରଶ୍ନପତ୍ର ଭାଇରାଲ; ମନ୍ତ୍ରୀଙ୍କ ଖଣ୍ଡନ, ବୋର୍ଡର ମଧ୍ୟ ଅସ୍ବୀକାର

ପରୀକ୍ଷାର ପ୍ରଥମ ଦିନରୁ ହିଁ ଭାଇରଲ ହୋଇଛି ପ୍ରଶ୍ନପତ୍ର । ବୁଧବାର ମାତୃଭାଷା ପରୀକ୍ଷା ଥିବାବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡିଛି । ପରୀକ୍ଷାର କିଛି ସମୟ ପରେ ମୋବାଇଲରୁ ମୋବାଇଲ ଘୁରିବୁଲୁଛି ପ୍ରଶ୍ନ ପତ୍ର । ଯାହାକୁ ନେଇ ଛାତ୍ରଛାତ୍ରୀ ଅଭିଭାବକ ମହଲରେ ଆଲୋଡନ ସୃଷ୍ଟି ହୋଇଛି ।

ସେପଟେ ଭାଇରାଲ ଖବରକୁ ଗଣଶିକ୍ଷା ମନ୍ତ୍ରୀ ଖଣ୍ଡନ କରିବା ସହ କୌଣସି ଖବର ନାହିଁ ବୋଲି କହିଛନ୍ତି । ଯଦି ଭାଇରାଲ ହୋଇଥିବ ତଦନ୍ତ କରାଯିବ । ଯିଏ ବି ଦୋଷୀ ଛଡାଯିବ ନାହିଁ ବୋଲି କହିଛନ୍ତି ।

ସେପଟେ ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି ଭାଇରାଲ ଖବର କେବଳ ଗଣମାଧ୍ୟମରେ ପ୍ରଚାର ହେଉଛି । ଭାଇରାଲ ପ୍ରଶ୍ନପତ୍ର ଚଳିତ ବର୍ଷର କି ଅନ୍ୟବର୍ଷର ଜଣାପଡି ନାହିଁ । ଏହା ଉପରେ ବୋର୍ଡ ନଜର ରଖିଛି । ଏହା କୌଣସି ପ୍ରଭାବ ପକାଇବ ନାହିଁ । କାରଣ ଚଳିତ ବର୍ଷ ମଲଟିପୁଲ ପ୍ରଶ୍ନପତ୍ର ନାହିଁ । ଏହା ଦ୍ବାରା କେହି କପି କରିପାରିବେ ନାହିଁ ବୋଲି ସମ୍ପାଦକ କହିଛନ୍ତି । ତେବେ ଭାଇରାଲ ପ୍ରଶ୍ନପତ୍ର ଚଳିତ ବର୍ଷର କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ ।

କଳାହାଣ୍ଡିରୁ ଅଜିତ ସିଂଙ୍କ ସହ କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.