ETV Bharat / state

କଳାହାଣ୍ଡିରେ କୋରୋନା କୋପ; ବଜାର ବନ୍ଦ କଲା ବଣିକ ସଂଘ

ଦ୍ବିତୀୟ ଲହର କୋପରେ କଳାହାଣ୍ଡିରେ ବଢିଚାଲିଛି ସଂକ୍ରମଣ ମାମଲା । ଏନେଇ ବଣିକ ସଂଘ ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ ରଖାଯାଇଛି । ଅଧିକ ପଢନ୍ତୁ...

ବଜାର ବନ୍ଦ କଲା ବଣିକ ସଂଘ
ବଜାର ବନ୍ଦ କଲା ବଣିକ ସଂଘ
author img

By

Published : Apr 28, 2021, 12:54 PM IST

ଭବାନୀପାଟଣା: ଦ୍ବିତୀୟ ଲହର କୋପରେ ରାଜ୍ୟରେ ବଢିଚାଲିଛି ସଂକ୍ରମଣ । କୋରୋନା କୋପରୁ ବାଦ ପଡିନି କଳାହାଣ୍ତି ଜିଲ୍ଲା । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 10ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭବାନୀପାଟଣା ବଣିକ ସଂଘ ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ କରି ଦିଆଯାଇଛି ।

ବଜାର ବନ୍ଦ କଲା ବଣିକ ସଂଘ

ଆଜିଠାରୁ ମେ 3 ତାରିଖ ପର୍ଯ୍ୟାନ୍ତ ସହରର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଖାଲି ଦୋକାନା ବଜାର ନୁହେଁ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଜରୁରୀ କାମ ନଥିଲେ କେହି ଘରୁ ବାହାରୁ ନାହାନ୍ତି । ରାସ୍ତାଘାଟ ଖାଁ ଖାଁ ଦେଖିବାକୁ ମିଳିଛି । ସହରରେ ଏକ ପ୍ରକାର କର୍ଫ୍ୟୁର ଚିତ୍ର ଦେଖିବାକୁ ମିଳିଛି ।

ସହରରେ ଏହି ଦୋକାନ ବଜାର ବନ୍ଦ ନିଷ୍ପତ୍ତିରେ ବଢୁଥିବା ସଂକ୍ରମଣ ସଂଖ୍ୟାରୋ ରୋକ ଲାଗି ପାରିବ ବୋଲି ବଣିକ ସଂଘ ପକ୍ଷରୁ ଆଶା ରଖାଯାଇଛି । ଏହି ବନ୍ଦରେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ଆଜି କଳାହାଣ୍ଡି ଜିଲ୍ଲାରେ 126 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.