ଭବାନୀପାଟଣା: କଳାହାଣ୍ଡିରେ ଲାଲ ବାହିନୀର ଲଙ୍କାକାଣ୍ଡ । ନିଆଁ ଲଗାଇ ଜାଳିଦେଲେ ୪ଟି ଗାଡି । ରାସ୍ତା କାମକୁ ବିରୋଧ କରି ଗାଡି ଜାଳି ଦେଇଥିବା ବେଳେ ପୋଷ୍ଟର ଲଗାଇ ଚେତାବନୀ ଦେଇଛି ଲାଲ ସଂଗଠନ (Maoists allegedly set several vehicles engaged in road construction) । କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପୋଖରୀଘାଟ ମନସ୍କା ରାସ୍ତା କାମକୁ ବିରୋଧ କରି ପୋଷ୍ଟର ଲଗାଇବା ସହ ଗୋଟେ ଜେସିବି ୨ଟି ଟ୍ରାକ୍ଟର, ଗୋଟିଏ ଟିପର ଗାଡିକୁ ଜାଳି ଦେଇଛନ୍ତି ।
କିଛି ଦିନ ତଳେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀ ଏରିଆ କମାଣ୍ଡର ଲାଲସୁକୁ ପୋଲିସ ଗିରଫ କରି ଆତ୍ମସମର୍ପଣର ନାଁ ଦେଉଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ