ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରେ ମାଓବାଦୀଙ୍କ ଚେତାବନୀ । ପୋଷ୍ଟର ଲଗାଇ ମାଓବାଦୀ ଚେତାବନୀ ଦେଇଛନ୍ତି । ଆଦିବାସୀଙ୍କୁ ଶୋଷଣ ପ୍ରତିବାଦରେ ପୋଷ୍ଟର ଲଗା ଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ଆଜି(ଶୁକ୍ରବାର) କଳାହାଣ୍ଡିରେ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଜାରି କରାଯାଇଛି । ଲାଞ୍ଜିଗଡ ଥାନା ଅନ୍ତର୍ଗତ ବସନ୍ତ ପଡା ଏବଂ ବେଦାନ୍ତ ମୁଖ୍ୟ ଫାଟକ ନିକଟରେ ମାଓବାଦୀମାନେ ପୋଷ୍ଟର ଲଗାଇଛନ୍ତି । ଆଦିବାସୀଙ୍କୁ ଶୋଷଣ ପ୍ରତିବାଦରେ ପୋଷ୍ଟରରେ ଚେତାବନୀ ଦେଇଛନ୍ତି ମାଓବାଦୀ । ସେହିପରି ସ୍ଥାନାୟ ଅଞ୍ଚଳର ଚାଚେର ମାଝୀ, ରାଜେନ୍ଦ୍ର ମାଳି, ଶ୍ରୀଧର ପେସନିଆ ଓ ସୁବାସ ନାଏକଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ବିଧାନ ଚେତାବନୀ ମଧ୍ୟ ଦିଆଯାଇଛି ।
ପୋଷ୍ଟରରେ ମାଓ ନେତା ଉମାକାନ୍ତଙ୍କ ନାଁ ଉଲ୍ଲେଖ ରହିଛି । ଅନ୍ୟପଟେ ପୋଷ୍ଟରର ସତ୍ୟତାକୁ ନେଇ ତଦନ୍ତ ଆରମ୍ଭ ହୋଇ ଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ