ETV Bharat / state

କଳାହାଣ୍ଡି ଶଗଡା ଗାଁରେ ପୋଷ୍ଟର ମାରିଲା ଲାଲବାହିନୀ, ଛତିଶଗଡ ମାଓ ସଂଗଠନକୁ ବିରୋଧ

author img

By

Published : Jul 25, 2023, 11:16 AM IST

ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି ଲାଲବାହିନୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶଗଡା ଗାଁର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

mao poster seen in kalahandi
ପୁଣି ପୋଷ୍ଟର ମାରିଲା ଲାଲବାହିନୀ
ପୁଣି ପୋଷ୍ଟର ମାରିଲା ଲାଲବାହିନୀ

ଭବାନୀପାଟଣା : ପୁଣି ଲାଗିଲା ଲାଲବାହିନୀର ଲାଲପୋଷ୍ଟର । କିଛି ଦିନର ନିରବତା ପରେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି ଲାଲବାହିନୀ । ପୋଷ୍ଟର ଲଗାଇ ନିଜର ସ୍ଥିତି ଜାହିର କରିଥିବା ବେଳେ ପୋଷ୍ଟରରେ ଛତିଶଗଡ଼ ମାଓ ସଂଗଠନକୁ ବିରୋଧ କରାଯାଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶଗଡା ଗାଁର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...କଳାହାଣ୍ଡିରେ ମାଓ-ପୋଲିସ ଗୁଳି ବିନିମୟ ଘଟଣା, ପୋଷ୍ଟର ମାରିଲା ଲାଲବାହିନୀ

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶଗଡା ଗାଁର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଭବାନୀପାଟଣାରୁ ଥୁଆମୁଳା ରାମପୁରକୁ ସଂଯୋଗ କରୁଥିବା ରାସ୍ତାର ଶଗଡ଼ା ପଞ୍ଚାୟତ ସମ୍ମୁଖ ଗଛ ସମେତ ଗାଁର ସମସ୍ତ ଦୋକାନମାନଙ୍କରେ ମାଓ ପୋଷ୍ଟର ଲାଗିିଛି । ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବା ପାଇଁ ପୋଷ୍ଟର ମାଧ୍ୟମରେ ଜନ ସାଧାରଣଙ୍କୁ ଆହ୍ବାନ କରିଛି ଲାଲ ସଂଗଠନ ।

ଏହା ବି ପଢନ୍ତୁ...କଳାହାଣ୍ଡି ପରେ ବୌଦ୍ଧ, ବନ୍ଦ ପାଳନ ପାଇଁ ପୋଷ୍ଟର ମାରିଲା ଲାଲବାହିନୀ

ସେହିପରି ଛତିଶଗଡ଼ ମାଓ ସଂଗଠନ ଓଡ଼ିଶାକୁ ଆସି ଏଠାକାର ନିରୀହ ଆଦିବାସୀଙ୍କ ଉପରେ ଜୁଲମ କରୁଥିବା ବେଳେ ସେମାନଙ୍କୁ ହତ୍ୟା ଧମକ ଦେଇ ବିଭିନ୍ନ ଜନ ବିରୋଧୀ କାର୍ଯ୍ୟରେ ଲିପ୍ତ କରାଉଛି । ଏହାସହ ଓଡ଼ିଶାକୁ ନିଜ କବ୍‌ଜାକୁ ନେଇ ଯାଇଥିବା ବେଳେ କୋଟଲ ଘାଟି ଗାଁର ରଇ ମାଝୀଙ୍କୁ ହତ୍ୟା କରିବା ସହ ଆମପଦର ଗାଁର କୁମୁଟି ମାଝୀକୁ ମାରପିଟ୍ କରିଛନ୍ତି ଛତିଶଗଡ଼ ମାଓବାଦୀ । ତେଣୁ ଛତିଶଗଡ଼ର ମାଓବାଦୀଙ୍କୁ ନିଜ ଗାଁକୁ ପୁରାଇ ନଦେବା ସହ ସେମାନଙ୍କୁ ବିରୋଧ କରିବା ପାଇଁ ପୋଷ୍ଟରରେ ଉଲ୍ଲେଖ କରିଛି ମାଓବାଦୀ ଗୋଷ୍ଠୀ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ପ୍ରକାଶଥାଉ କି କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା ଟାପରେଙ୍ଗ ଗ୍ରାମରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ଘଟଣାକୁ ନେଇ ମାଓବାଦୀ ପୋଷ୍ଟର ଲଗାଇଥିଲେ । ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ 3 ମାଓବାଦୀ ନିହତ ହୋଇଥିଲେ । ଘଟଣାକୁ ଅମାନବୀୟ କହିବା ସହ ପୋଲିସର ବର୍ବରତାକୁ ନିନ୍ଦା କରିଥିଲେ ମାଓ ସଂଗଠନ । ଏହା ସହିତ କ୍ରୁରତା ଲୁଚାଇ ଏନକାଉଣ୍ଟରର ରୂପ ଦେଇ ଖବର ପରିବେଷଣ କରିଥିବା ଗଣମାଧ୍ୟମ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଥିଲା ଲାଲବାହିନୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.