ETV Bharat / state

ପୁଣି ଲାଗିଲା ଲାଲବାହିନୀର ପୋଷ୍ଟର, ସ୍ଥାନୀୟ ବାସିନ୍ଦା ଭୟଭୀତ

author img

By

Published : May 11, 2023, 10:35 PM IST

କଳାହାଣ୍ଡି ଜିଲ୍ଲାର ବିଶ୍ଵନାଥ ପୁର ଥାନା ଅନ୍ତର୍ଗତ କାନକୁଟୁରୁ ଗାଁର ବିଭିନ୍ନ ସ୍ଥାନରେ ପୁଣି ଲାଗିଲା ଲାଲବାହିନୀର ପୋଷ୍ଟର । ଅଧିକ ପଢନ୍ତୁ

mao poster spotted
mao poster spotted
mao poster spotted

ଭବାନୀପାଟଣା : ପୁଣି ଲାଗିଲା ଲାଲବାହିନୀର ପୋଷ୍ଟର । କଳାହାଣ୍ଡି ଜିଲ୍ଲାର ବିଶ୍ଵନାଥ ପୁର ଥାନା ଅନ୍ତର୍ଗତ କାନକୁଟୁରୁ ଗାଁର ବିଭିନ୍ନ ସ୍ଥାନରେ ଲାଲବାହିନୀର ପୋଷ୍ଟର ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଗତ ଦୁଇ ଦିନ ତଳେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରେଙ୍ଗ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆଉ ସେହି ଗୁଳି ବିନିମୟ ରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ SIW ଡ଼ିଏସପିଙ୍କ ଗୋଡ଼ରେ ମଧ୍ୟ ଗୁଳିବାଜି ଥିଲା ।

ତେବେ ଟାପରେଙ୍ଗ ଗାଁ ନିକଟରେ କଳାହାଣ୍ଡି କନ୍ଧମାଳ ବୌଦ୍ଧ ନୟାଗଡ଼ ଡିଭିଜନର ୩ ଜଣ ମାଓ କ୍ୟାଡ଼ର ଅସ୍ଥାୟୀ କ୍ୟାମ୍ପ କରିଥିବା ନେଇ ସ୍ପେଶାଲ ଇଣ୍ଟେଲିଜେନ୍ସ ଓ୍ବିଙ୍ଗ ସୂଚନା ପାଇଥିଲା । ପରେ ପୋଲିସ ଟାପ୍ରେଙ୍ଗ ଗାଁ କୁ ଯାଇ ସର୍ଚ୍ଚ କରିବା ସମୟରେ ଟାପରେଙ୍ଗ ଗାଁ ପ୍ରାଥମିକ ସ୍କୁଲ ନିକଟରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷା କର୍ମୀ ଓ ମାଓବାଦୀ। ପ୍ରଥମେ ମାଓବାଦୀ ଗୁଳି ଚାଳନା କରିଥିଲେ । ପରେ ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ଆଉ ଏହି ଗୁଳିବିନିମୟ ରେ ଘଟଣାରେ ୩ ଜଣ ମାଓବାଦୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅପରେସନ କୁ ଲିଡ଼ କରୁଥିବା SIW ର ଡ଼ିଏସପି ଅତୁଳ ଦାସ ମଧ୍ୟ ଗୁରୁତର ହୋଇଥିଲେ ।

ଆଉ ଠିକ ସେହି ଦିନ ସକାଳୁ ଭବାନୀପାଟଣା ସହର ନିକଟରେ ଗୋଡଭଟା ଛକ ରେ ଲାଗିଥିଲା ମାଓବାଦୀ ଙ୍କ ପୋଷ୍ଟର। ସେହିପରି ପୁଣି ଆଜି ଆଉ ଥରେ ମାଓବାଦୀଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆସନ୍ତା ମଇ ୮ ରୁ ୧୪ ଜୁନ ଅଧିକାର ଅଭିଯାନ ଓ ମଇ ୧୫ କୁ ୭ ଜିଲ୍ଲା କନ୍ଧମାଳ,କଳାହାଣ୍ଡି, ରାୟଗଡା, ବୌଦ୍ଧ, ନୟାଗଡ, ଗଜପତି ଓ ଗଞ୍ଜାମ ୨୪ଘଣ୍ଟିଆ ବନ୍ଦକୁ ସଫଳ କରିବା ପାଇଁ ପୋଷ୍ଟର ରେ ଉଲ୍ଲେଖ ରହିଛି। ଏଥିସହ ସମସ୍ତ ଆଦିବାସୀ, ଦଳିତ, ଚାଷି ମୂଲିଆ ଓ ଗରିବ ପରିବାରକୁ ଆଗାମୀ ଛଅ ମାସ ଭିତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦେବା ପାଇଁ ଦାବି କରିଥିବା ବେଳେ ପିଡିଏସ୍ ଚାଉଳ ସମେତ ଡାଲି, ତେଲ, ଲୁଣ ମାଗଣାରେ ଯୋଗାଇ ଦେବା ଓ ଦରଦାମ୍ ବୃଦ୍ଧିକୁ ତୁରନ୍ତ ରୋକ ଲଗାଇବା ସହ ସବୁ ଗାଁକୁ ସବୁଦିନିଆ ପକ୍କା ରାସ୍ତା, ସ୍ବଚ୍ଛ ପିଇବା ପାଣି, ବିଦ୍ୟୁତ୍ ସଂଯୋଗ ଓ ସବୁ ପରିବାରକୁ ମାଗଣାରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି।

ସେହିପରି ସବୁ ପଞ୍ଚାୟତରେ ଗୋଟିଏ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲି ଅଭିଜ୍ଞ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି କରିବା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି । ସେହିପରି ଏହି ପୋଷ୍ଟରଟି ସିପିଆଇ ମାଓବାଦୀ ପକ୍ଷରୁ ଲଗା ଯାଇଥିବା ପୋଷ୍ଟର ରେ ଉଲ୍ଲେଖ ରହିଛି । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟରକୁ ଉଦ୍ଧାର କରିଥିବା ବେଳେ ପୋଷ୍ଟରର ସତ୍ୟାସତ୍ୟକୁ ନେଇ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.