ETV Bharat / state

ଗୋଟଭଟା ଗାଁରେ ଲାଗିଲା ମାଓ ପୋଷ୍ଟର, 7ଟି ଜିଲ୍ଲାରେ ବନ୍ଦ ପାଳନ ଆହ୍ବାନ

author img

By

Published : May 9, 2023, 12:27 PM IST

ଗୋଟଭଟା ଗାଁର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ମେ' 15ରେ 7ଟି ଜିଲ୍ଲାରେ ବନ୍ଦ ପାଳନକୁ ଆହ୍ବାନ । ଅଧିକ ପଢନ୍ତୁ

mao poster spotted in kalahandi
mao poster spotted in kalahandi
mao poster spotted in kalahandi

ଭବାନୀପାଟଣା: କିଛିଦିନର ବ୍ୟବଧାନ ପରେ ପୁଣି ମାଓ ପୋଷ୍ଟର ଲଗାଇ ଉପସ୍ଥିତ ଜାହିର କଲେ ଲାଲାବାହିନୀ । ସଦର ଥାନା ଅନ୍ତର୍ଗତ ଗୋଟଭଟା ଗାଁର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ଗୋଟଭଟା ଗାଁର ଛକ ଓ ପୋଲ ଉପରେ ପୋଷ୍ଟର ଲାଗିଥିବା ବେଳେ ମାଇଲଖାନ୍ତୁ, ଭବାନୀପୁର ଓ ଲଷ୍ମୀପୁର ଆଦି ଗାଁରେ ଲାଲବାହିନୀର ପୋଷ୍ଟର ଦେଖିବାକୁ ମିଳିଛି । ଏହାକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ମେ' 5ରୁ 14 ଜୁନ ଅଧିକାର ଅଭିଯାନ ଓ ମେ' 15ରେ କନ୍ଧମାଳ,କଳାହାଣ୍ଡି, ରାୟଗଡା, ବୌଦ୍ଧ, ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୨୪ଘଣ୍ଟିଆ ବନ୍ଦକୁ ସଫଳ କରିବା ପାଇଁ ପୋଷ୍ଟରରେ ଉଲ୍ଲେଖ ରହିଛି । ସମସ୍ତ ଆଦିବାସୀ, ଦଳିତ, ଚାଷୀ , ଦିନ ମଜୁରିଆ ଓ ଗରିବ ପରିବାରକୁ ଆଗାମି ଛଅ ମାସ ଭିତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦେବା ପାଇଁ ମାଓ ପୋଷ୍ଟର ମାଧ୍ୟମରେ ଦାବି ହୋଇଛି ।

ସେହିପରି ପିଡିଏସ୍ ଚାଉଳ , ଡାଲି, ତେଲ, ଲୁଣ ମାଗଣାରେ ଯୋଗାଇ ଦେବା ଓ ଦରଦାମ୍ ବୃଦ୍ଧିକୁ ତୁରନ୍ତ ରୋକ ଲଗାଇବା ସହ ସବୁ ଗାଁକୁ ସବୁଦିନିଆ ପକ୍କା ରାସ୍ତା, ସ୍ବଚ୍ଛ ପାନୀୟ ଜଳ, ବିଦ୍ୟୁତ୍ ସଂଯୋଗ ଓ ସବୁ ପରିବାରକୁ ମାଗଣାରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇ ଦେବାକୁ କୁହାଯାଇଛି । ସମସ୍ତ ପଞ୍ଚାୟତରେ ଗୋଟିଏ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲି ଅଭିଜ୍ଞ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମିଙ୍କୁ ନିଯୁକ୍ତି କରିବା ଆଦିବାସୀ ଦାବି କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ପୋଷ୍ଟରଟି ସିପିଆଇ ମାଓବାଦୀ ପକ୍ଷରୁ ଜାରି କରାଯାଇଥିବା ଉଲ୍ଲେଖ ମଧ୍ୟ ରହିଛି । ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପୋଷ୍ଟର ଜବତ କରିବା ସହ ପୋଷ୍ଟରର ସତ୍ୟାସତ୍ୟକୁ ନେଇ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ-ଟ୍ରାକ୍ଟରରେ ଆବର୍ଜନା ବୋହିଲେ ତହସିଲଦାର, ସାଉଁଟିଲେ ପ୍ରଶଂସା

ଗତ ଏପ୍ରିଲ 18 ତାରିଖରେ ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ରହିଥିବା ସେଣ୍ଟ୍ରାଲ ନର୍ସରୀ ନିକଟରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା । ନର୍ସରୀ ନିକଟରେ ଥିବା ଏକ ବେଞ୍ଚରେ ପୋଷ୍ଟର ଛାଡ଼ି ଯାଇଥିଲେ ମାଓବାଦୀ । ଏଥିରେ ଚନ୍ଦାହାଣ୍ଡିଠାରେ ପ୍ରସ୍ତାବିତ ତେଲନଦୀ ଉପରେ ବହୁମୁଖୀ ଜଳ ପ୍ରକଳ୍ପ ଓ ଝରିଗାଁ ବ୍ଲକ ଚଚା ନିକଟରେ ସତୀଘାଟଠାରେ ପ୍ରସ୍ତାବିତ ନଦୀବନ୍ଧ ଯୋଜନାକୁ ବିରୋଧ କରାଯାଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.