ଭାବାନୀପାଟଣା: ଲାଲବାହିନୀର ଲାଲ ପୋଷ୍ଟର । ପୁଣି ଥରେ ନିଜର ଉପସ୍ଥିତି ଜାହିର କଲା ଲାଲବାହିନୀ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟୁଜୁଙ୍ଗ ଗାଁ ନିକଟ ଏକ ଗଛରେ ଲାଗିଛି ଲାଲ ବାହିନୀର ଲାଲ ପୋଷ୍ଟର ।
ମଦନପୁର ରାମପୁର ଠାରେ ଥିବା ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀ ମାନଙ୍କୁ ଶାରୀରିକ ନିର୍ଯାତନା ଦେଉଥିବା ଏ ପୋଷ୍ଟର ଉଲ୍ଲେଖ ରହିଛି । ଏହାସହ ଯଥାଶୀଘ୍ର ସରକାର ଏହିଥିପ୍ରତି ଦୃଷ୍ଟି ଦେବାକୁ ପୋଷ୍ଟରରେ କୁହାଯାଇଛି । ଯଦି ସରକାର କୌଣସି ପଦକ୍ଷେପ ନ ନେଲେ ଲାଲ ବାହିନୀ ଦୋଷୀକୁ ଦଣ୍ଡ ଦେବ ବୋଲି ଲେଖା ରହିଥିବା ବେଳେ ପୋଷ୍ଟରଟି ସିପିଆଇ ମାଓବାଦୀ ପକ୍ଷରୁ ଜାରି କରାଯାଇଥିବା ଜଣାପଡିଛି । ତେବେ ପୋଲିସ ପୋଷ୍ଟରର ସତ୍ୟତାକୁ ନେଇ ତଦନ୍ତ ଆରମ୍ଭ କରିଛି ।
କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ