କଳାହାଣ୍ଡି: ବିଜେପୁର ଥାନା ଅଞ୍ଚଳରେ ମାଓ ପୋଷ୍ଟର । ବଙ୍କାକୁଣ୍ଡ୍ରୁ ଓ ଧଡେଲ ଛକରେ ରାୟଗଡ଼ ଓ କଳାହାଣ୍ଡି ଏରିଆ କମିଟି ନାମରେ ଲଗାଯାଇଛି ମାଓ ପୋଷ୍ଟର । ସେପଟେ ଏହି ସବୁ ସ୍ଥାନରେ ପୋଷ୍ଟର ମରାଯାଇଥିବା ବେଳେ ନିର୍ମାଣଧୀନ ରାସ୍ତାରେ ନିୟୋଜିତ ଶ୍ରମିକ ମାନଙ୍କୁ ଶୋଷଣ ଓ ଆଦିବାସୀଙ୍କ ଜମି ଅଧିଗ୍ରହଣରେ ପ୍ରଶାସନ ଟାଳଟୁଳ ନୀତିକୁ ପ୍ରତିବାଦ କରାଯାଇଛି । ଏହି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୋଷ୍ଟର ମାଧ୍ୟମରେ ଦାବି ମଧ୍ୟ କରାଯାଇଛି ।
ଯଦି ଆସନ୍ତା ଦିନରେ ଏସବୁ ସମସ୍ୟାର ଆସୁ ସମାଧାନ ନହୁଏ ତେବେ ପ୍ରଜାକୋର୍ଟରେ ନିଷ୍ପସ୍ତି ହେବ ବୋଲି ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି । ସିପିଆଇ ମାଓବାଦୀ ରାୟଗଡା ଓ କଳାହାଣ୍ଡି ଏରିଆ କମିଟି ପକ୍ଷରୁ ଏହି ପୋଷ୍ଟର ମରାଯାଇଥିବା ବେଳେ ପୋଷ୍ଟରର ସତ୍ୟତାକୁ ନେଇ ପୋଲିସ ଜାରି ରଖିଛି ତଦନ୍ତ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ