କଳାହାଣ୍ଡି: ଚାଲିଛି ମାଓବାଦୀଙ୍କ ଶହୀଦ ସପ୍ତାହ। ଏପଟେ କଳାହାଣ୍ଡି ଜିଲ୍ଲାରେ ପୋଷ୍ଟର ମାରି ନିଜର ଉପସ୍ଥିତିକୁ ଜାହିର କରିଛନ୍ତି ଲାଲବାହିନୀ । ବୋର୍ଡା ଫାଣ୍ଡି ଅଧିନସ୍ଥ ବୋରଭଟ୍ଟା ଗାଁରେ ଥିବା ସନ୍ତୋଷ ସାହୁଙ୍କ ଗେଟ୍ରେ ଏକ ପୋଷ୍ଟର ଝୁଲୁଥିବା ଦେଖିବାକୁ ମିଳିଛି ।
ବଂଶଧାରା ମାଓ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଜଣାପଡିଛି । ଏହି ପୋଷ୍ଟରରେ ମନଇଚ୍ଛା ନୀତି, ଗର୍ବ ଅହଙ୍କାର ସମ୍ପର୍କରେ ଉଲ୍ଲେଖ ରହିଛି । ସେପଟେ ପ୍ରତି ଶୁକ୍ରବାର ବେଳପଡା ଗାଁରେ ସାପ୍ତାହିକ ହାଟ ବସୁଥିବାରୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପୋଷ୍ଟର ଲଗାଯାଇଥିବା ଅନୁମାନ କରାଯାଉଛି । ତେବେ ମାଓ ପୋଷ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳି ଯାଇଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ