ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ବ୍ୟାଣ୍ଡ ପାର୍ଟି ଗାଡି, ୨୦ରୁ ଊର୍ଦ୍ଧ୍ବ ଗୁରୁତର

author img

By

Published : Sep 9, 2022, 7:14 PM IST

ଗଣେଶ ପୂଜା ବିସର୍ଜନରେ ପ୍ରସେସନ ପାଇଁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟିଲା ବ୍ୟାଣ୍ଡ ପାର୍ଟି ଗାଡି । ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ବ ଗୁରୁତର । ଅଧିକ ପଢ଼ନ୍ତୁ

ଭାରସାମ୍ୟ ହରାଇ ଓଲଟିଲା ବ୍ୟାଣ୍ଡ ପାର୍ଟି ଗାଡି, ୨୦ରୁ ଊର୍ଦ୍ଧ୍ବ ଗୁରୁତର
ଭାରସାମ୍ୟ ହରାଇ ଓଲଟିଲା ବ୍ୟାଣ୍ଡ ପାର୍ଟି ଗାଡି, ୨୦ରୁ ଊର୍ଦ୍ଧ୍ବ ଗୁରୁତର

ଭବାନୀପାଟଣା: ଭାରସାମ୍ୟ ହରାଇ ବ୍ୟାଣ୍ଡ ପାର୍ଟି ଗାଡି ଦୁର୍ଘଟଣାଗ୍ରସ୍ତ । ଗଣେଶ ପୂଜା ବିସର୍ଜନରେ ପ୍ରସେସନ ପାଇଁ ଯାଉଥିବା ସମୟରେ ଭାରସାମ୍ୟ ହରାଇବାରୁ ବ୍ୟାଣ୍ଡ ପାର୍ଟି ଗାଡି ଓଲଟି ପଡ଼ିଥିବା ସୂଚନା । ଦୁର୍ଘଟଣାରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଗଣେଶ ପୂଜା ବିସର୍ଜନରେ ସାମିଲ ହେବା ପାଇଁ ରାୟପୁର ଦୁର୍ଘ ଅଞ୍ଚଳର ଏକ ବ୍ୟାଣ୍ଡ ପାର୍ଟି ଦଳ କେସିଙ୍ଗା ଅଭିମୁଖେ ଯାଉଥିଲେ । ଏହି ସମୟରେ ଭବାନୀପାଟଣା ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ କାନ୍ତେଶୀର ନିକଟରେ ବ୍ୟାଣ୍ଡ ପାର୍ଟି ଗାଡିର ଚକ ଫାଟି ଜିବାରୁ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ଫଳରେ ଗାଡିରେ ବସିଥିବା ଏହି ଦଳର ପ୍ରାୟ ୨୦ରୁ ଊର୍ଦ୍ଧ୍ବ ସଦସ୍ୟ ଗୁରୁତର ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ସହ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି କେସିଙ୍ଗା ଓ ଭବାନୀପାଟଣା ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.