ଭବାନୀପାଟଣା: କଳାହାଣ୍ଡିର ପ୍ରସିଦ୍ଧ ମା‘ ମାଣିକେଶ୍ବରୀଙ୍କ ନିର୍ମାଣ ହେବ ଏକ ନୂତନ ମନ୍ଦିର । ଏନେଇ ପ୍ରସ୍ତାବ ଗୃହୀତ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଉପସ୍ଥିତରେ ବୈଠକ କରାଯାଇ ଏକ କମିଟି ଗଠନ କରାଯାଇଛି।
ମନ୍ଦିର ନିର୍ମାଣ ନିମନ୍ତେ ଦେଢ କୋଟି ଟଙ୍କା ବ୍ୟୟ ବରାଦ ପାଇଁ ଲକ୍ଷ୍ୟ ରଖାଯାଇଛି । ଏନେଇ ଏକ ବୈଠକ ସହ ଭୂମି ପୂଜନ ପାଇଁ ଏପ୍ରିଲ ମାସ ୫ ତାରିଖ ଦିନଧାର୍ଯ୍ୟ କରାଯାଇଥିଲା କିନ୍ତୁ କୋରୋନା ନିରାକରଣ ନେଇ ସରକାର ଜାରି କରିଥିବା ନିର୍ଦ୍ଦେଶକୁ ଆଖି ଆଗରେ ରଖି ଏହି ବୈଠକ ସହ ଭୂମି ପୂଜନକୁ ସାମୟିକ ଭାବେ ଘୁଞ୍ଚାଇ ଦିଆଯାଇଛି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ