ETV Bharat / state

ମଣ୍ଡି ଶ୍ରମିକଙ୍କୁ ସରକାର ଅଣଦେଖା ଅଭିଯୋଗ, ରାଜରାସ୍ତାରେ ଗର୍ଜିଲେ ଶ୍ରମିକ - ରାଜରାସ୍ତାରେ ଗର୍ଜିଲେ ଶ୍ରମିକ

କଳାହାଣ୍ଡିରେ ରାଜରାସ୍ତାରେ ଗର୍ଜିଲେ ମଣ୍ଡି ଶ୍ରମିକ । ମଜୁରୀ ପ୍ରସଙ୍ଗକୁ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସରକାର ନ ଶୁଣିବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶ୍ରମିକ । ଅଧିକ ପଢନ୍ତୁ

Mandi labourers protest
Mandi labourers protest
author img

By

Published : Mar 21, 2023, 9:17 PM IST

ମଣ୍ଡି ଶ୍ରମିକଙ୍କୁ ସରକାର ଅଣଦେଖା ଅଭିଯୋଗ

ଭବାନୀପାଟଣା: ଜିଲ୍ଲାର ଖରିଫ ଓ ରବି ଋତୁ ଧାନ ସଂଗ୍ରହ ସମୟରେ ମଣ୍ଡିଗୁଡ଼ିକରେ କାମ କରୁଥିବା ଶ୍ରମିକମାନଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ଧରି ମଣ୍ଡିମାନଙ୍କରେ ପ୍ରଶାସନ ପାଇଁ କାମ କରି ଆସୁଥିବା ମଣ୍ଡି ଶ୍ରମିକମାନଙ୍କୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ପାରିଶ୍ରମିକ ବଢ଼ାଇବା ବଦଳରେ କମ କରି ଦିଆଯାଉଥିବା ବାରମ୍ବାର ଅଭିଯୋଗ ପରେ ମଧ୍ୟ ସରକାର ନ ଶୁଣିବାରୁ ଶ୍ରମିକମାନେ ରାଜରାସ୍ତାରେ ଗର୍ଜିଛନ୍ତି ।

ଓଡ଼ିଶା କୃଷି ଏବଂ ଗ୍ରାମୀଣ ମଜଦୂର ସଙ୍ଘର ଆହ୍ବାନ କ୍ରମେ ହଜାର ହଜାର ଶ୍ରମିକ ଏକତ୍ରିତ ହୋଇ ନକଟିଗୁଡାରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ପହଞ୍ଚିଥିଲେ। ହେଲେ ଏହି ବିଶାଳ ଶ୍ରମିକ ଶୋଭାଯାତ୍ରାରେ ସମୟରେ ଦୀର୍ଘ ୪ ଘଣ୍ଟା ଧରି ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । କାରଣ ରାଜରାସ୍ତାକୁ ଅବରୋଧ କରିବା ସହ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ହଜାର ହଜାର ଶ୍ରମିକ । ଫଳରେ ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ ପାଇଁ ନାକେଦମ ହୋଇଥିଲା ପୋଲିସ ।

ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି ବିକ୍ଷୋଭକାରୀ । ଶ୍ରମିକମାନଙ୍କ ଅଭିଯୋଗ ଅନୁଯାୟୀ ଗତ ୨୦୧୬-୧୭ ମସିହାରେ ମଣ୍ଡି ହେମାଲମାନଙ୍କ ମଜୁରୀ କ୍ବିଣ୍ଟାଲ ପିଛା ମୂଲ୍ୟ ୧୧ ଟଙ୍କା ୧୯ ପଇସା ଥିବା ବେଳେ ତାହାକୁ ବର୍ତ୍ତମାନ ୮ ଟଙ୍କା ୪୭ ପଇସାକୁ କମାଇ ଦିଆଯାଇଛି । ପୁନଶ୍ଚ ଓଡିଶା ଗେଜେଟ ନୋଟିଫିକେସନ ମୁତାବକ ୧ କ୍ବିଣ୍ଟାଲ ଧାନର ପ୍ରକ୍ରିୟାକରଣ ପାଇଁ ଟ୨୪.୦୫ ପଇସା ଧାର୍ଯ୍ୟ ହୋଇଥିବା ବେଳେ କେବଳ ଟ. ୮.୪୭ ପଇସା ଦିଆଯାଉଛି।

ଏହା ବି ପଢନ୍ତୁ-ଭଉଣୀ ବାହାଘର ପାଇଁ ରଖିଥିଲେ ଟଙ୍କା ଓ ଗହଣା, ଘରେ ପଶି ଲୁଟିନେଲେ ଦୁର୍ବୃତ୍ତ

୨୦୧୭ ମସିହାରେ ଦିଆଯାଇଥିବା କ୍ବିଣ୍ଟାଲ ପିଛା ମଜୁରୀ ଟ. ୧୧.୧୯ ପଇସା ପ୍ରଦାନ କରିବା ସହ ମଣ୍ଡି ହେମାଲମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା, ମଣ୍ଡି ହେମାଲମାନଙ୍କୁ ଡ୍ରେସ ଯୋଗାଇଦେବା ସହ E.P.F ଯୋଜନାରେ ସାମିଲ କରିବା ଓ ଧାନ କିଣା ପ୍ରକ୍ରିୟାରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ବାଦ ଦେଇ ପେକ୍ସ ମାଧ୍ୟମରେ ଧାନ କ୍ରୟ କରାଯାଇ ଠିକ ସମୟରେ ମଜୁରୀ ଟଙ୍କା ପ୍ରଦାନ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀକୁ ସରକାର ଦାୟିତ୍ବ ଦେଉଛନ୍ତି । ହେଲେ ସେହି ସ୍ବୟଂ ସହାୟକ ଗୋଷ୍ଠୀମାନେ ଶ୍ରମିକମାନଙ୍କୁ ଠିକ ସମୟରେ ମଜୁରୀ ଦେଉନଥିବା ଅଭିଯୋଗ ହୋଇଛି ।

ଫଳରେ ଶ୍ରମିକମାନେ ନିଜ ପରିବାର ପ୍ରତିପୋଷଣ କରିବାରେ ସମସ୍ୟା ହେଉଥିବା ବେଳେ ପୂର୍ବରୁ ମଧ୍ୟ ଏହି ଦାବିକୁ ନେଇ ରାଜ୍ୟ ବ୍ୟାପୀ ମଣ୍ଡି ଶ୍ରମିକମାନେ ଧାରଣା ଦେବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଯାହା ଫଳରେ ମଣ୍ଡି ପରିଚାଳନାରେ ବାଧା ସୃଷ୍ଟି ହୋଇଥିଲା । ଆଉ ସେହି ସମୟରେ ସରକାର ପ୍ରତିଶ୍ରୁତି ଦେବା ପରେ ଧରଣାରୁ ଓହରିଥିଲେ ଶ୍ରମିକ। ହେଲେ ସରକାର ଦେଇଥିବା ପ୍ରତିଶ୍ରୁତି ନ ରଖିବାରୁ ପୁଣି ସେହି ସମସ୍ୟା ଉପୁଜିବାକୁ ଯାଉଛି। ବର୍ତ୍ତମାନ ଯଦି ରାଜ୍ୟ ସରକାର ଏହି ଦାବିକୁ ଗୁରୁତ୍ବ ସହ ନେଇ ଦାବିକୁ ପୁରଣ ନ କଲେ ଆଗାମୀ ଦିନରେ ମଣ୍ଡି କୁ ଅଚଳ କରିବା ସହ ରାଜ ରାସ୍ତାରେ ଆନ୍ଦୋଳନ ତୀବ୍ର ହେବ ବୋଲି ସଙ୍ଘର ସଭାପତି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.