ଭବାନୀପାଟଣା: ନଦୀକୁ ଡେଇଁ ବ୍ୟକ୍ତିଙ୍କ ଆତ୍ମହତ୍ୟା । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ସନ୍ଧିକୁଲିହାରୀ ଗାଁର ଜଣେ ବ୍ୟକ୍ତି ସ୍ଥାନୀୟ ତେଲ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ପୋଲିସ ସୂଚନା ଅନୁସାରେ, ସନ୍ଧିକୁଲିହାରୀ ଗାଁର ନରପତି ନାଗଙ୍କ ପୁଅ ରମଣ କୁମାର ନାଗ କିଛି ଦିନ ଆଗରୁ ପାରିବାରିକ ବଚସା କାରଣରୁ ବିଭିନ୍ନ ସମୟରେ ପରିବାର ବର୍ଗଙ୍କୁ ଆତ୍ମହତ୍ୟା ପାଇଁ ଧମକ ଦେଇ ଆସୁଥିଲେ । ରବିବାର ଅପରାହ୍ନରେ ସେ କୌଣସି କାରଣ ବଶତଃ ଘରୁ ଚାଲି ଆସି ତେଲ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ତଦନ୍ତ ଜାରି ରଖିଛି।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ