ETV Bharat / state

ନାବାଳିକା ଅପହରଣ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ବର୍ଷ ଜେଲ ଦଣ୍ଡାଦେଶ - ଜେଲ ଦଣ୍ଡାଦେଶ

ନାବାଳିକାକୁ ପ୍ରଲୋଭନ ଦେଖାଇ ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ ମାମଲା । ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପକ୍ସୋ ସ୍ଵତନ୍ତ୍ର କୋର୍ଟ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 15, 2023, 10:38 PM IST

ଭବାନୀପାଟଣା: କଳାହାଣ୍ଡି ଜିଲା ନର୍ଲା ଥାନା ଅଞ୍ଚଳରେ ଗତ ୨୦୨୧ ମସିହାରେ ଜଣେ ନାବାଳିକାଙ୍କୁ ଅପହରଣ ଓ ପରେ ଦୁଷ୍କର୍ମ କରାଯାଇଥିବା ମାମଲାର ରାୟ ଆଜି ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପକ୍ସୋ ସ୍ଵତନ୍ତ୍ର କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ ।

ଅଭିଯୁକ୍ତ ଶୁଭଞ୍ଜନ ମହାନ୍ତି ଏହି ମାମଳାର ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ନର୍ଲା ଥାନା ରାତୁଲ ଗ୍ରାମର ୫୨ ବର୍ଷୀୟ ବିଲାସ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ଓ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଆହୁରି ୬ମାସ ଅଧିକ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡିବ ବୋଲି ମଧ୍ୟ ନିର୍ଦ୍ଦେଶକ ଦେଇଛନ୍ତି । ଏପଟେ ପୀଡିତାଙ୍କୁ ୬ଲକ୍ଷ ଟଙ୍କା କ୍ଷତିପୁରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏହା ବି ପଢନ୍ତୁ- Royals feud: ବଲାଙ୍ଗୀର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ

ସରକାରୀ ଓକିଲଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ଶୁଭଞ୍ଜନ ପୀଡ଼ିତା ନାବାଳିକାଙ୍କ ପିତାମାତା ଅନୁପସ୍ଥିତ ଥିବା ସମୟରେ ତାଙ୍କ ଘରକୁ ଯାଇ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇଥିଲା । ଏହାପରେ ବିଭିନ୍ନ ସ୍ଥାନକୁ ନେଇ ନାବାଳିକାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରିଆସୁଥିଲା । ଠିକ ସେହିଭଳି ୨୦୨୧ ମସିହା ଫେବୃଆରୀ ୨୭ ତାରିଖରେ ମଧ୍ୟ ଅଭିଯୁକ୍ତ ଜଣକ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ବାହାରକୁ ନେବା ପାଇଁ ଯୋଜନା କରିଥିଲା । ହେଲେ ନାବାଳିକା ଜଣକ ଅଭିଯୁକ୍ତ ସହ ନ ଯିବାରୁ ଅଭିଯୁକ୍ତ ଜଣକ ନାବାଳିକାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କୁ ଘର ଭିତରେ ଦୁଷ୍କର୍ମ କରିଥିଲା।

ଏହା ବି ପଢନ୍ତୁ- Same-Sex Relationship: ଭଉଣୀର ନଣନ୍ଦ ପ୍ରେମରେ ବାୟା ଯୁବତୀ, ଘରୁ ଫେରାର ହୋଇ କଲେ ବିବାହ

ଏନେଇ ପୀଡିତା ଜଣକ ନିଜ ପରିବାରକୁ ସମସ୍ତ ଘଟଣା ସମ୍ପର୍କରେ ଜଣାଇବା ପରେ ପୀଡିତାଙ୍କ ବାପା ନର୍ଲା ଥାନାରେ ୨୮ ତାରିଖରେ ଅଭିଯୁକ୍ତ ବିରୋଧରେ ଏତଲା ଦେଇଥିଲେ । ଏହାପରେ ସ୍ଥାନୀୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଯାହାର ଆଜି ଶୁଣାଣି ହୋଇଛି । ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ରୋହିତ କୁମାର ମିଶ୍ର ପରିଚାଳନା କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.