ETV Bharat / state

ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍

ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଲେ ଧର୍ମଗଡ଼ ଏଡିଜେ କୋର୍ଟ । ଅଧିକ ପଢନ୍ତୁ

ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍
ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍
author img

By

Published : Jul 12, 2023, 7:25 AM IST

ଭବାନୀପାଟଣା: ଦୀର୍ଘ ୮ ବର୍ଷ ପରେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ମିଳିଲା ନ୍ୟାୟ । ଜେଲ୍ ଗଲା ଦୁଷ୍କର୍ମକାରୀ । ୨୦୧୫ରେ କଳାହାଣ୍ଡି ଜୁନାଗଡ ଅଞ୍ଚଳରେ ଘଟିଥିବା ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରି ମଙ୍ଗଳବାର କୋର୍ଟ ଆସାମୀକୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହିତ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ଗୋଟିଏ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ । ଆସାମୀ ଜଣକ ହେଉଛି ବ୍ରହ୍ମାନନ୍ଦ ବାଗ ।
ଏହାମଧ୍ୟ ପଢନ୍ତୁ: ସାବତ ଭଉଣୀକୁ ତଣ୍ଟି ଚିପି ହତ୍ୟା ମାମଲାରେ ଭାଇକୁ ଆଜୀବନ ଜେଲ୍

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଗତ ୨୦୧୫ ମସିହାରେ ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରାଯିବା ନେଇ ଅଭିଯୋଗ ହୋଇଥିଲା । ବ୍ରହ୍ମାନନ୍ଦ ବାଗ ଏହି କୁକର୍ମ ଘଟାଇଥିଲା । ନାବାଳିକା ଜଣକ ଗାଁ ମୁଣ୍ଡ ପୋଖରୀକୁ ଶୌଚ ପାଇଁ ଯାଉଥିବା ସମୟରେ ସେ ନାବାଳିକାଙ୍କୁ ଉଠାଇ ନେଇଥିଲା । ଗାଁ ନିକଟସ୍ଥ ଜଙ୍ଗଲକୁ ନେଇ ସେଠାରେ ଦୁଇ ଦିନ ଧରି ଦୁଷ୍କର୍ମ କରିଥିଲା । ପରେ କୌଣସି ମତେ ପୀଡ଼ିତା ସେଠାରୁ ଘରକୁ ଆସି ପରିବାର ବର୍ଗଙ୍କୁ ସବୁ କଥା ଜଣାଇଥିଲେ । ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଜୁନାଗଡ଼ ଥାନାରେ ଅଭିଯୋଗ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଦୋଷୀକୁ ୫ ବର୍ଷ ଜେଲ୍

ଅଭିଯୋଗକୁ ଭିତ୍ତି କରି ଜୁନାଗଡ଼ ପୋଲିସ ଅଭିଯୁକ୍ତ ବ୍ରହ୍ମାନନ୍ଦ ବାଗକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଯାହାର ଗତକାଲି(ମଙ୍ଗଳବାର) ଶୁଣାଣି କରିଛନ୍ତି ଧର୍ମଗଡ ଏଡିଜେ କୋର୍ଟ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଧର୍ମଗଡ଼ ଏଡିଜେ କୋର୍ଟ ଜଜ୍‌ ବନ୍ଦନା କର ଅଭିଯୁକ୍ତ ବ୍ରହ୍ମାନନ୍ଦ ବାଗ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ କାରାଦଣ୍ଡ ରାୟ ଶୁଣାଇଛନ୍ତି । ଏହାସହିତ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେବା ସହ ଜରିମାନା ଅନାଦେୟ ହେଲେ ଅତିରିକ୍ତ ଏକ ବର୍ଷ ଜେଲଦଣ୍ଡ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଦୀର୍ଘ ୮ ବର୍ଷ ପରେ ପୀଡ଼ିତା ନାବାଳିକାଙ୍କୁ ନ୍ୟାୟ ମିଳିଛି ।

ଏହାମଧ୍ୟ ପଢନ୍ତୁ: ମହିଳା ସରକାରୀ ଅଧିକାରୀଙ୍କ ପ୍ରେମ ଜାଲରେ ରସିକିଆ ପିଇଟି ଶିକ୍ଷକ ! ଥାନାର ଦ୍ବାରସ୍ଥ ହେଲେ ପତ୍ନୀ

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.