ETV Bharat / state

ସଡକ ଦୁର୍ଘଟଣାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ - Kalahandi people block road

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଘୋଡ଼ାଘାଟ ଛକ ନିକଟରେ କ୍ଷତିପୂରଣ ଦାବି କରି ମୃତଦେହ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ସଡକ ଦୁର୍ଘଟଣାରେ ଯୁବକ ମୃତ
ସଡକ ଦୁର୍ଘଟଣାରେ ଯୁବକ ମୃତ
author img

By ETV Bharat Odisha Team

Published : Nov 25, 2023, 1:12 PM IST

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭବାନୀପାଟଣା: ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ତାତିଲେ ଲୋକେ । ଅଭିଯୁକ୍ତକୁ ଗିରଫ ସହ କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କଲେ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଘୋଡ଼ାଘାଟ ଛକ ନିକଟରେ ଏହି ରାସ୍ତା ଅବରୋଧ କରାଯାଇଛି । ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ମୃତକ ହେଲେ ସଦର ଥାନା ଅନ୍ତର୍ଗତ ରିସ ଗାଁର ଖଗେଶ୍ଵର ମଙ୍ଗରାଜ ।

ସୂଚନା ଅନୁଯାୟୀ, ଗତ ୧୫ ତାରିଖ ଦିନ ସକାଳୁ ଖଗେଶ୍ଵର ନିଜ କାମରେ ଭବାନୀପାଟଣା ସହରକୁ ବାଇକ ଯୋଗ ଯାଉଥିଲେ । ସେହି ସମୟରେ ଭବାନୀପାଟଣାରୁ ଜୁନାଗଡ଼ ପଟକୁ ଯାଉଥିବା ଏକ କାର ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଧିଲା । ଏଥିରେ ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଖଗେଶ୍ଵରଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକେ ତାଙ୍କୁ ବିଶାଖାପାଟଣାକୁ ନେଇଥିଲେ । କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଥିଲା ।

ଏନେଇ ଗତ ୧୭ ତାରିଖ ଦିନ ପରିବାର ଲୋକେ ସଦର ଥାନାରେ ଏକ ଅଭିଯୋଗ କରିଥିଲେ । ଖଗେଶ୍ଵରଙ୍କୁ କିଛି ଲୋକ ହତ୍ୟା କରିବା ଉଦ୍ଦେଶ୍ୟରେ ଦୁର୍ଘଟଣା କରାଇଥିବା ନେଇ ଅଭିଯୋଗ ହୋଇଥିଲା । ହେଲେ ପୋଲିସ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ଏନେଇ ଅଭିଯୁକ୍ତକୁ ଗିରଫ ଓ କ୍ଷତିପୂରଣ ଦାବିରେ ପରିବାର ଓ ସ୍ଥାନୀୟ ଲୋକେ ମିଶି ଗତକାଲି ଭବାନୀପାଟଣା ସହରର ଘୋଡାଘାଟ ଛକ ନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ । ତେବେ ରାସ୍ତା ଅବରୋଧ ଫଳରେ ଉଭୟ ପଟେ ଯାନବାହନ ଅଟକି ରହିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା ।

ଏହା ମଧ୍ୟ ପଢନ୍ତୁ- ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାସ୍ତା ଉପରେ 20 ଘଣ୍ଟା ମୃତଦେହ ରଖି ପ୍ରତିବାଦ

ସେହିପରି ଗତ ଅକ୍ଟୋବର ମାସରେ ଜିଲ୍ଲାର ଜୟପାଟଣା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି କୌଣସି କାରଣରୁ ଆଘାତ ପାଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.