ETV Bharat / state

ହାତୀ ଉପଦ୍ରବ, ଶୌଚ ପାଇଁ ଯାଇଥିଲେ କଚାଡି ମାରିଲା ଦନ୍ତା

author img

By

Published : Jul 1, 2023, 7:42 AM IST

କଳାହାଣ୍ଡିର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ସାଇସୁରନି ରେଞ୍ଜର ଟେବା ମହୁଲ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

elephant attack
elephant attack
ହାତୀ ଉପଦ୍ରବ

ଭବାନୀପାଟଣା: ଉପାନ୍ତ ଅଞ୍ଚଳରେ ଥମୁନି ହାତୀ ଆତଙ୍କ । ପୁଣି ମୁଣ୍ଡ ନେଲା ଦନ୍ତା । କଳାହାଣ୍ଡିର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ସାଇସୁରନି ରେଞ୍ଜର ଟେବା ମହୁଲ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଉକ୍ତ ଗାଁର ପଞ୍ଚ ମାଝୀ ଶୌଚ ପାଇଁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଟେବା ମହୁଲ ଗାଁର ପଞ୍ଚ ମାଝୀ ଗତକାଲି ସକାଳୁ ଗାଁ ମୁଣ୍ଡ ନାଳକୁ ଶୌଚ ପାଇଁ ଯାଇଥିଲେ । ସେହି ସମୟରେ ନିକଟରେ ଥିବା ଜଙ୍ଗଲରୁ ଦନ୍ତା ଆସି ତାଙ୍କୁ ଦଳି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ପଞ୍ଚ ମାଝୀର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛନ୍ତି।

ସେପଟେ ବନ ବିଭାଗର ସୂଚନା ମୁତାବକ, ଗୋଟିଏ ଦନ୍ତା ଗୋଠ ଛଡା ହୋଇଛି । ଗତ ୫ ଦିନ ତଳେ ଏହି ଦନ୍ତା ଜୁନାଗଡ଼ ରେଞ୍ଜ ଅନ୍ତର୍ଗତ ସିଙ୍ଗୁଡିସର ଗାଁରେ ଜଣକୁ କଚାଡି ମାରିଥିଲା । ପରେ ସେଠାରୁ ଧର୍ମଗଡ଼ ସହର ଭିତରେ ପଶି ଦୁଇ ଜଣଙ୍କୁ ଆକ୍ରମଣ କରିବା ସହ ଏହି ଦନ୍ତାକୁ ଘଉଡାଇବା ପାଇଁ ନାକେଦମ ହୋଇଥିଲା ବନ ବିଭାଗ । ପରେ ସେଠାରୁ ଦନ୍ତାଟି ସହଜଖୋଲ ସଂରକ୍ଷିତ ଜଙ୍ଗଲ ଦେଇ ଥୁଆମୂଳ ରାମପୁର ଅଞ୍ଚଳକୁ ପଶିଥିବା ବନ ବିଭାଗ ଟ୍ରାକିଂକୁ ଜାଣିବାକୁ ପାଇଥିଲା । ତେଣୁ ଗତକାଲି(ଶୁକ୍ରବାର) ପୁଣି ଜଣଙ୍କୁ ଦଳି ଦେଇଥିବା ବନ ବିଭାଗ ସୂଚନା ଦେଇଛି । ଅନ୍ୟପଟେ ଏହି ଦନ୍ତାକୁ କାବୁ କରିବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ବିଭିନ୍ନ ଦାବି ନେଇ ବନ କର୍ମଚାରୀ ଗତ ସପ୍ତାହ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ ରହିଛନ୍ତି ଫଳରେ ହାତୀକୁ ଘୋଉଡାଇବା ବନ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ।

ପ୍ରକାଶ ଥାଉକି, ଉପାନ୍ତ ଅଞ୍ଚଳରେ ଦିନକୁ ଦିନ ଗଜରାଜଙ୍କ ଆତଙ୍କ ରାଜ ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ଦିନ କୌଣସି ନାଁ କୌଣସି ଗାଁକୁ ପସି ଫସଲ ନଷ୍ଟ କରିବା ସହ ଲୋକଙ୍କୁ ଆକ୍ରମଣ କରୁଛନ୍ତି । ସେପଟେ ଜଙ୍ଗଲ କ୍ଷୟ ହେବା ଯୋଗୁଁ ଜନବସତି ମୁହାଁ ହେଉଛନ୍ତି ହାତୀ ଯାହା ଫଳରେ ମଣିଷ ଓ ହାତୀର ଲଢେଇରେ ଅନେକ ଧନ ଜୀବନ ହାନି ହେଉଛି । ହେଲେ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳୁଛି । ଦାୟିତ୍ୱରେ ଥିବା ଏଲିଫେଣ୍ଟ ସ୍କ୍ବାର୍ଡ଼ ନିଜ ଦାୟିତ୍ୱରେ ଅବହେଳା ଯୋଗୁଁ ଏଭଳି ସମସ୍ୟା ବାରମ୍ବାର ସାମ୍ନାକୁ ଆସୁଥିବା ଅଭିଯୋଗ ହେଉଛି ।

ଇଟିଭି ଭାରତ,କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.