ଭବାନୀପାଟଣା: ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର ମିଷ୍ଟ୍ରିରେ ଦିନକୁ ଦିନ ଯୋଡି ହେଉଛି ନୂଆ ନୂଆ ତଥ୍ୟ । ହତ୍ୟା ମାମଲାରେ ଗିରଫ ଡ୍ରାଇଭର ରାଧେ ଚଣ୍ଡୀ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ପାଇଛି ପୋଲିସ । ପୋଲିସ ରାଧେ ଘର ଖଟ ତଳୁ ଏକ ବ୍ୟାଗରେ ଥିବା କିଛି ପୁରୁଣା ଜିନିଷ ପାଇଛି ।
ରାଧେ ଚଣ୍ଡୀଙ୍କ ପତ୍ନୀ ଆଶା ଚଣ୍ଡୀ ଘରର ଖଟ ତଳୁ ଏକ ବ୍ୟାଗ୍ ପାଇ ପୋଲିସକୁ ଦେଇଥିବା ଜଣାପଡିଛି । ଏହି ବ୍ୟାଗରେ ନୂଆ ଡ୍ରେସ୍ ଓ ଏକ ମୋବାଇଲ୍ ଫୋନ୍, ଚାର୍ଜର ଥିବା ଆଶା ଦେଖିବାକୁ ପାଇଥିଲେ । ଏସବୁ ସାମଗ୍ରୀକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି ଆଶା । ଏଥିରୁ ପୋଲିସକୁ ମମିତାଙ୍କ ହତ୍ୟାକାଣ୍ଡ ନେଇ କିଛି ସୁରାଗ ପାଇପାରେ ବୋଲି ଚର୍ଚ୍ଚା ହେଉଛି ।
ତେବେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେ । ତାକୁ ଗତକାଲି(ଗୁରୁବାର) ଗିରଫ କରିଥିଲା କେଗଁ ଥାନା ପୋଲିସ । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତ ଭାବରେ ଗୋବିନ୍ଦା ସାହୁ ଓ ତାର ଡ୍ରାଇଭର ବା ସହଯୋଗୀ ରାଧେ ଚଣ୍ଡିକୁ ଗିରଫ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ