ETV Bharat / state

ସର୍ବମଙ୍ଗଳାଙ୍କ ଛତର ଯାତ୍ରା, ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମାଆ - ଛତର ଯାତ୍ରା

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ମା'ଙ୍କ ନିକଟରେ ବଳି ପୂଜା ହେଉଥିବା ବେଳେ ଚିଲିଗୁଡା ଗାଁର ଅଧିଷ୍ଠାତ୍ରୀ ଦେବୀ ମା' ସର୍ବମଙ୍ଗଳାଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ସର୍ବମଙ୍ଗଳାଙ୍କ ଛତର ଯାତ୍ରା, ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମାଆ

author img

By

Published : Oct 7, 2022, 3:51 PM IST

ଭବାନୀପାଟଣା: କଳାହାଣ୍ଡିରେ ଅନୁଷ୍ଠିତ ହୋଇଛି ମା ସର୍ବମଙ୍ଗଳାଙ୍କ ଛତର ଯାତ୍ରା । ଯାତ୍ରା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ମା'ଙ୍କୁ ଦର୍ଶନ କରି ସାନ୍ନିଧ୍ୟ ଲାଭ କରିଛନ୍ତି ଶ୍ରଦ୍ଧାଳୁ । ପାର୍ବଣ ଋତୁରେ ଧରାପୃଷ୍ଠକୁ ଅବତରଣ ପରେ ମେଲାଣି ପାଇଁ ସବୁଠି ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ମା'ଙ୍କ ନିକଟରେ ବଳି ପୂଜା ହେଉଥିବା ବେଳେ ଚିଲିଗୁଡା ଗାଁର ଅଧିଷ୍ଠାତ୍ରୀ ଦେବୀ ମା' ସର୍ବମଙ୍ଗଳାଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଛି । ମା'ଙ୍କୁ ରକ୍ତଭୋଗ ବଦଲରେ ଶୁକ୍ଳଭୋଗ ଧୂପ, ମନ୍ଦାରମାଳ କଦଳୀ, ମୁଆଁ, ନଡ଼ିଆ ଭୋଗଲାଗି କରି ପୂଜାର୍ଚ୍ଚନା କରାଯାଇଛି ।

ସର୍ବମଙ୍ଗଳାଙ୍କ ଛତର ଯାତ୍ରା, ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମାଆ

ଚିଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା' ସର୍ବମଙ୍ଗଳାଙ୍କ ଛତରଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ମଧ୍ୟରାତ୍ରୀରେ ଦେବୀଙ୍କ ଛତର ମନ୍ଦିରରୁ ବାହାରି ଗାଁ ଗୌନ୍ତିଆ ଘରକୁ ଆସିଥାନ୍ତି । ତା ପରଦିନ ଦେବୀଙ୍କ ପ୍ରତିମା ଛତର ରୂପରେ ଚିଲିଗୁଡ଼ାର ଗୌନ୍ତିଆ ବିନୋଦ ବିହାରୀ ସିଂଙ୍କ ଘରୁ ପୂଜାର୍ଚ୍ଚନା ପରେ ମନ୍ଦିର ଅଭିମୁଖେ ବାହାରିଥିଲେ । ଦେବୀଙ୍କ ଛତର ବାହାରିବା ପରେ ହଜାରହଜାର ଶ୍ରଦ୍ଧାଳୁ ଦର୍ଶନ କରିବା ସହ ମାନସିକ କରିଥିଲେ। ଦେବୀଙ୍କ ବିଜୟ ଛତର ଯାତ୍ରା ଗାଁ ପରିକ୍ରମା ସମୟରେ ଉତ୍ସବ ମୁଖର ହୋଇ ପଡ଼ିଥିଲା ସମଗ୍ର ଅଞ୍ଚଳ ।

ଏହା ବି ପଢନ୍ତୁ...ରାଜନଗର ନିଆରା ଭସାଣ ଉତ୍ସବ, ଚାପ ଖେଳି ବିଦାୟ ନିଅନ୍ତି ମା'

ବନାବାଡି, ବୀରବାଦ୍ୟ ଘୁମୁରା, ନିଶାନ ବାଦ୍ୟ, ଆଞ୍ଚଳିକ ଲୋକନୃତ୍ୟ ଓ ଘଣ୍ଟୁଆଦଳ, ଆଦିବାସୀ ନୃତ୍ୟ କଳାକାର ମାନେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପରିବେଶରେ ମାଙ୍କୁ ପାଛୋଟି ନେଇଥିଲେ ମନ୍ଦିର ପର୍ଯ୍ୟନ୍ତ। ମା'ଙ୍କ ବିଜୟ ଛତର ଉପରେ ପାରା ଆସି ବସିବା ସହିତ ମା'ଙ୍କ ସହ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ଯିବା ଦୃଶ୍ୟକୁ ମା'ଙ୍କ ଅଲୌକିକ ମହିମା ବୋଲି ଗବେଷକମାନେ ମତ ରଖନ୍ତି । ଛତର ପୀଠକୁ ପହଞ୍ଚିବା ପରେ ପୂଜାପାଠ ଆରମ୍ଭ ହୋଇଥିଲା । ଆସ୍ଥା ଓ ବିଶ୍ବାସର ପ୍ରତୀକ ଚିଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା ସର୍ବମଙ୍ଗଳାଙ୍କ ଛତର ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ଅଞ୍ଚଳର ଭକ୍ତିମୟ ପରିବେଶ ଓ ଲୋକଙ୍କ ଅଗାଢ଼ ବିଶ୍ଵାସକୁ ପ୍ରମାଣିତ କରିଥିଲା।

କିଛି ଦିନ ତଳେ ଜିଲ୍ଲା ଅଦିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ହୋଇଥିଲା । ଦୀର୍ଘ ଦୁଇବର୍ଷର ବ୍ୟବଧାନରେ ଇଷ୍ଟଦେବୀଙ୍କ ସହ ଭକ୍ତଙ୍କ ମହାମିଳନ ହୋଇଥିଲା। ମାଣିକେଶ୍ୱରୀଙ୍କ ପ୍ରତୀକ ଛତର ଦର୍ଶନ ଟିକିଏ ପାଇବାକୁ ଭବାନୀପାଟଣା ସହରର ଗଳିକନ୍ଦି ଜନସମୁଦ୍ର ପାଲଟିଥିଲା । ଶହଶହ ପଶୁ ବଳିରେ ରକ୍ତରଞ୍ଜିତ ହୋଇଥିଲା ରାଜପଥ ।

ଇଟିିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.