ETV Bharat / state

ଗାଈ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିଲେ ଦୃର୍ବୁତ୍ତ

କଳାହାଣ୍ଡି ମହୁଲପାଟଣା 7 ନମ୍ବର ଘାଟିରେ ଗାଈ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Looting of more than 5 lakh rupees from cow businessman in Kalahandi
ଗାଈ ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିଲେ ଦୃର୍ବୁତ୍ତ
author img

By

Published : Dec 11, 2020, 3:00 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ମହୁଲପାଟଣା ୭ ନମ୍ବର ଘାଟି ରାସ୍ତାରେ ମାରଣାସ୍ତ୍ର ଦେଖାଇ ଲୁଟ ହୋଇଥିବା ଜଣାପଡିଛି । ରାୟଗଡା ଜିଲ୍ଲାର କିଛି ଗାଈ ବ୍ୟବସାୟୀଙ୍କଠାରୁ 5 ଲକ୍ଷ ଟଙ୍କାର ଏହି ଲୁଟ ହୋଇଛି ।

ଗାଈ ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିଲେ ଦୃର୍ବୁତ୍ତ

ଗୁରୁବାର ଜୟପାଟଣା ସାପ୍ତାହିକ ହାଟ ହୋଇଥିବାରୁ ଗାଈ କିଣିବା ପାଇଁ ରାୟଗଡା ଜିଲ୍ଲା ଦରାଗୁଡ଼ା ଥାନା ଅନ୍ତର୍ଗତ ଡି.କରଲ ଗାଁର ଚାରିଜଣ ଗାଈ ବ୍ୟବସାୟୀ ଆସିଥିଲେ । ସେମାନେ ହେଉଛନ୍ତି ଗୋବିନ୍ଦଚନ୍ଦ୍ର ନାଏକ, ଲବ ନାଏକ, ଭର୍ତ୍ତ ନାଏକ ଓ ସନାରୀ ନାଏକ । ସେମାନେ OR 18 A 8826 ନମ୍ବର ବୋଲେରୋ ଗାଡି ଯୋଗେ ମହୁଲପଟଣା ଘାଟି ରାସ୍ତା ଦେଇ ହାଟକୁ ଆସୁଥିବା ସମୟରେ ଚାରି ନମ୍ବର ଘାଟିରେ ଲୁଟର ଶିକାର ହୋଇଥିଲେ ।

ଆଠ ଜଣ ଲୁଟେରା ଘାଟିରେ ସେମାନଙ୍କ ଗାଡିକୁ ଅଟକାଇଥିଲେ । ମାରଣାସ୍ତ୍ର ଦେଖାଇ ମାରପିଟ କରିବା ସହ ଜବରଦସ୍ତ ଗାଡି ଭିତରୁ ଡିକି ଭାଙ୍ଗି 5 ଲକ୍ଷ ଟଙ୍କା ଓ ଅନ୍ୟ ଦୁଇ ଜଣ ଙ୍କ ଠାରୁ ୨୨ ହଜାର ଟଙ୍କା ଲୁଟି ନେଇଛନ୍ତି । ବ୍ୟବସାୟୀଙ୍କ ଅଭିଯୋଗକୁ ଆଧାର କରି ଜୟପାଟଣା ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରହିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.