ଭବାନୀପାଟଣା: କଳାହାଣ୍ଡି କର୍ଲାମୁଣ୍ଡାରେ ଥିବା ଏକ ଜନସେବା କେନ୍ଦ୍ରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । କେନ୍ଦ୍ରର ସଟର ଭାଙ୍ଗି ନଗଦ ୪୦ ହଜାର ଟଙ୍କା ସହ ୩ ଟି କମ୍ପ୍ୟୁଟର ଓ କିଛି ଜରୁରୀ କାଗଜପତ୍ର ଚୋରି ହୋଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଛାନଭିନ କରୁଛି ପୋଲିସ । ତେବେ କର୍ଲାମୁଣ୍ଡା ବ୍ଲକରେ ଚୋରି ଓ ଡକାୟତି ବଢିଚାଲୁଥିବାରୁ ପାଟ୍ରୋଲିଂ ବଢାଇବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।
କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ