ETV Bharat / state

ଗାଁ କୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

author img

By

Published : Feb 3, 2023, 6:32 PM IST

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ମାନଝରି ଗାଁକୁ ଫେରିଲା ଶ୍ରମିକଙ୍କ ମୃତଦେହ। କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ। ଅଧିକ ପଢନ୍ତୁ

dead body of migrant worker
କଳାହାଣ୍ଡି ଜିଲ୍ଲାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସମସ୍ୟା ହେଉଛି ଦାଦନ ଶ୍ରମିକ ଚାଲାଣ । ସରକାର ଅନେକ ଯୋଜନା କରୁଥିଲେ ସୁଦ୍ଧା କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ହେଉନାହିଁ । ଯେଉଁଥିପାଇଁ ଆଜି ମଧ୍ୟ ହଜାରହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କିଏ ମୃତଦେହ ହୋଇକି ଫେରୁଛି ତ ଆଉ କିଏ ଦିବ୍ୟାଙ୍ଗ ହୋଇ ଫେରୁଛି ତ ପୁଣି କିଏ ନିର୍ଯାତନାର ଶିକାର ହେଉଛି । ପେଟପାଟଣା ପାଇଁ ଅନ୍ୟ ରାଜ୍ୟକୁ ଯାଇ ହଜାରହଜାର ଦାଦନ ଶ୍ରମିକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ପୁଣି ଗାଁକୁ ଫେରିଛି ଦାଦନ ମୃତଦେହ ।

ସରକାର ଗରିବ ଶ୍ରେଣୀର ଲୋକମାନଙ୍କୁ ଶହେ ଦିନର କାମ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଏପଟେ ତାହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି । ଯାହା ଫଳରେ ଦାଦନ ପ୍ରଥା ଉଗ୍ର ରୂପ ନେବାରେ ଲାଗିଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ମାନଝରି ଗାଁର କୁମରାଜ ବିଶିଙ୍କ ପୁଅ ତ୍ରିଲୋଚନ ବିଶି ପରିବାର ପ୍ରତିପୋଷଣ ଆଶାରେ ଦାଦନ ସର୍ଦ୍ଦାରଙ୍କ ସହ ଯୋଗାଯୋଗ କରିଥିଲେ। ଏନେଇ ଗତ ବର୍ଷେ ତଳେ ତେଲେଙ୍ଗାନା ରଚାକୋଣ୍ଡା ଜିଲ୍ଲା କୋଠୁରଠାରେ ଥିବା ଏକ ଇଟା ଭାଟିରେ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ । ହେଲେ ଗତକାଲି ସକାଳୁ ଇଟା ଭାଟି ନିକଟରେ ଯୁବକଙ୍କ ମୃତଦେହ ଦେଖି ସାଥି ଶ୍ରମିକ ଇଟା ଭାଟି ମାଲିକଙ୍କୁ ଜଣାଇଥିଲେ । ଏହାପରେ ଯୁବକଙ୍କ ପରିବାରକୁ ଜଣାଇଥିଲେ । ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପରେ ଇଟାଭାଟି ମାଲିକଙ୍କୁ ହସ୍ତାନ୍ତର କରିଥିଲେ।

ଇଟାଭାଟି ମାଲିକ ଆମ୍ବୁଲାନ୍ସ ଯୋଗେ ମୃତ ଶ୍ରମିକଙ୍କ ମୃତଦେହକୁ ଗାଁକୁ ପଠାଇ ଦେଇଥିବା ବେଳେ ଆଜି(ଶୁକ୍ରବାର) ଗାଁରେ ମୃତଦେହ ପହଞ୍ଚିଛି । ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ସହ କ୍ଷତିପୂରଣ ଦାବିରେ ପରିବାର ଓ ଗ୍ରାମବାସୀ ଦାଦନ ଶ୍ରମିକଙ୍କ ମୃତଦେହକୁ ରାଜରାସ୍ତାରେ ରଖି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି । ଧର୍ମଗଡ଼ ଚାନ୍ଦୋତରା ରାଜ୍ୟ ରାଜପଥକୁ ମାନଝରି ଗାଁ ଛକରେ ମୃତଦେହ ରଖି ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଅଟକି ରହିଛି । ଘଟଣା ସ୍ଥଳରେ ଗୋଳାମୁଣ୍ଡା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.