ETV Bharat / state

ଗାଁକୁ ନାହିଁ ରାସ୍ତା, ରାସ୍ତାରେ ଧାନ ତଳି ଲଗାଇ ଗ୍ରାମବାସୀଙ୍କ ପ୍ରତିବାଦ

author img

By

Published : Aug 21, 2022, 5:30 PM IST

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମହିମା ଗାଁରେ ଗ୍ରାମବାସୀଙ୍କ ପ୍ରତିବାଦ । ଗ୍ରାମକୁ ରାସ୍ତା ନଥିବା କାରଣରୁ ରାସ୍ତା ଉପରେ ଧାନ ଚାରା ଲଗାଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ରାସ୍ତାରେ ଧାନ ତଳି ଲଗାଇ ଗ୍ରାମବାସୀଙ୍କ ପ୍ରତିବାଦ

ଭବାନୀପାଟଣା: ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଜି ବି ଅନେକ ଜିଲ୍ଲା ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଗାଁକୁ ଚାଲ ଗାଁକୁ ଗଢ଼ ଏଭଳି ସ୍ଲୋଗାନ ନେଇ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରୁଥିବା ବେଳେ ସରକାରୀ ବାବୁଙ୍କ ଉଦାସୀନତା ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଆଜି ବି ଗ୍ରାମାଞ୍ଚଳରେ ବିକାଶ ଅପହଞ୍ଚ ରହିଛି । ଗ୍ରାମକୁ ରାସ୍ତା ନଥିବା କାରଣରୁ ରାସ୍ତା ଉପରେ ଧାନ ଚାରା ଲଗାଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମହିମା ଗାଁରେ ।

ଏହା ମଧ୍ୟ ପଢନ୍ତୁ:Road Problem, ରାସ୍ତା ପାଇଁ ରାସ୍ତା ଖୋଳି ପ୍ରତିବାଦ

ସୂଚନାଅନୁସାରେ, ମହିମା ଗାଁକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ବେହାଲ ହୋଇ ରହିଥିବା ବେଳେ ଅସରାଏ ବର୍ଷା ହେଲେ ଯାତାୟତ ସମ୍ପୁର୍ଣ୍ଣ ଠପ୍ ହୋଇଯାଉଛି । ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିବା ସହ ରାସ୍ତାରେ ଧାନତଳି ଲଗାଇ ପ୍ରତିବାଦ କରିଛନ୍ତି ।

ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି ଯେ, "ବ୍ଲକ ମୁଖ୍ୟାଳୟକୁ ଯୋଗାଯୋଗ ପାଇଁ ଏହି ରାସ୍ତା ହିଁ ସହାରା ହେଲେ ସେହି ରାସ୍ତାରେ ଆଣ୍ଠୁଏ କାଦୁଅ ଯୋଗୁଁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ରାସ୍ତାର ଅବସ୍ଥା ଚାଷଜମି ଭଳି ହୋଇଛି । ତେଣୁ ଆମେ ରାସ୍ତାରେ ଧାନଗଛ ଲଗାଇ ପ୍ରତିବାଦ କରୁଛୁ ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.