ଭବାନୀପାଟଣା: ମାଓବାଦୀଙ୍କ ଭୟରେ ତ୍ରିଲୋଚନପୁର ପଞ୍ଚାୟତରେ ଭୋଟ ଦେଉନଥିଲେ ପଞ୍ଚାୟତବାସୀ । ଦୀର୍ଘ ୨୦ବର୍ଷ ପରେ ନିର୍ବାଚନ ହୋଇଥିବାବେଳେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତ ସାବ୍ୟସ୍ତ କରିଥିଲେ ତ୍ରିଲୋଚନପୁର ବାସିନ୍ଦା । ଚଳିତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ୨ ମହିଳାଙ୍କ ମଧ୍ୟରେ ଟକ୍କର ହୋଇଥିଲା।
ଏହି ନିର୍ବାଚନୀ ବାଜିରେ ୫ଟି ଭୋଟରେ ଲକ୍ଷ୍ମୀ ମାଝୀ ବିଜୟୀ ହୋଇଛନ୍ତି । ଲକ୍ଷ୍ମୀ ମାଝୀ ୪୨୧ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ଟତମ ପ୍ରତିଦ୍ବନ୍ଦୀ ସୋନାଲି ମାଝୀ ୪୧୬ ଖଣ୍ଡ ଭୋଟ ପାଇଥିଲେ । ସରପଞ୍ଚ ଲକ୍ଷ୍ମୀ ମାଝୀ ପଞ୍ଚାୟତ କାର୍ଯ୍ୟାଳୟରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପଞ୍ଚାୟତ ନିର୍ବାଚନ ଅଧିକାରୀ ସରୋଜ ମହାରଣା, ନବ ନିର୍ବାଚିତ ୧୧ଟି ୱାର୍ଡସଭ୍ୟ ଉପସ୍ଥିତ ଥିଲେ।
ଏହା ମଧ୍ୟ ପଢନ୍ତୁ: Panchayat Poll: ୨୦ ବର୍ଷ ପରେ ଭୋଟ ଦେଲା ତ୍ରିଲୋଚନପୁର ପଞ୍ଚାୟତ
ଅନ୍ୟପଟେ ୱାର୍ଡସଭ୍ୟମାନେ ନାଏବ ସରପଞ୍ଚ ଭାବେ ତରଣୀସେନ ବାଗଙ୍କୁ ଚୟନ କରିଥିଲେ। ମାଓପ୍ରବଣ ଅଞ୍ଚଳ ହୋଇ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରାଯାଇଥିଲା।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ