ETV Bharat / state

'ସବକା ସାଥ, ସବକା ବିକାଶ' ନେଇ ନିର୍ବାଚନୀ ମଇଦାନରେ ଅନିରୁଦ୍ଧ - kalahandi

ମଙ୍ଗଳବାର ନିର୍ବାଚନୀ ପ୍ରଚାରର ଶେଷ ଦିନ । କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀରୁ ପ୍ରଥମଥର ପାଇଁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଅନିରୁଦ୍ଧ ପ୍ରଧାନ। ନିର୍ବାଚନ ଜିତିଲେ ତାଙ୍କ ଜିଲ୍ଲାରେ ପାନୀୟଜଳ, ସଡକ, ଘର, ବିଜୁଳି ଆଦି ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଅନିରୁଦ୍ଧ।

ଫଟୋ ସୌଜନ୍ୟ : ସମ୍ବାଦତାତା,କଳାହାଣ୍ଡି
author img

By

Published : Apr 9, 2019, 4:16 PM IST

କଳାହାଣ୍ଡି: ଆଉ ଦିନକପରେ ଚଳିତବର୍ଷର ସାଧାରଣ ନିର୍ବାଚନ । ଏନେଇ ଜୋରସୋରରେ ଚାଲିଛି ନିର୍ବାଚନୀ ପ୍ରଚାର । ତେବେ ମଙ୍ଗଳବାର ନିର୍ବାଚନୀ ପ୍ରଚାରର ଶେଷ ଦିନ ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରଚାର କାର୍ଯ୍ୟକ୍ରମ । କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀରୁ ପ୍ରଥମଥର ପାଇଁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଅନିରୁଦ୍ଧ ପ୍ରଧାନ।

ଭିଡିଓ ସୌଜନ୍ୟ : ସମ୍ବାଦତାତା,କଳାହାଣ୍ଡି

ଆମ ସ୍ବତନ୍ତ୍ର କାର୍ଯ୍ୟକ୍ରମ '5ଟି ପ୍ରଶ୍ନ ନେତାଙ୍କୁ'ରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଅନିରୁଦ୍ଧ ପ୍ରଧାନ । ସେ ନିର୍ବାଚନ ଜିତିଲେ ତାଙ୍କ ଜିଲ୍ଲାରେ ଥିବା ପାଣି, ରାସ୍ତା, ଘର, ବିଜୁଳି ଆଦି ସମସ୍ତ ସମସ୍ୟାର ସମାଧାନ କରିବେ । ତାଙ୍କ ସ୍ଲୋଗାନ ରହିଛି 'ସବକା ସାଥ, ସବକା ବିକାଶ' । ସେ ମୋଦିଙ୍କର ଏହି ନାରା ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ସାର୍ଥକ କରି ଦେଖାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

Intro:Body:

AD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.