ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାକୁ ଆଜି ଗସ୍ତ କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀ । ପ୍ରଥମ ଥର ପାଇଁ ଡଙ୍ଗାରେ ବୁଡି ଅଞ୍ଚଳ ମଧ୍ୟରେ ଥିବା ପୋଡାପଦର ଗାଁଙ୍କୁ ଯାଇ ସେଠାରେ ୪ଟି ପଞ୍ଚାୟତବାସୀଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ନେଇ ଆଲୋଚନା କରିଛନ୍ତି । ଇନ୍ଦ୍ରାବତୀ ଜଳଭଣ୍ଡାର ଭିତରେ ବସବାସ କରୁଥିବା ଏହି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ପ୍ରଶାସନିକ ଅଧିକାରୀ ଆଜି ଏହି ଅଞ୍ଚଳକୁ ପ୍ରଥମ ଥର ପାଇଁ ଅଭିଯୋଗ ପ୍ରକୋଷ୍ଠ ଅନୁଷ୍ଠିତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ।
ସମୃଦ୍ଧ ଓଡ଼ିଶାରେ ଆଜି ବି ଏହି ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି । ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜଳଭଣ୍ଡାର ହେବା ଦିନଠାରୁ ଜଳଭଣ୍ଡାର ଭିତରେ ୪୨ ଖଣ୍ଡ ଗାଁ ଲୋକେ ଜଳ ଭଣ୍ଡାର ଭିତରେ ବସବାସ କରୁଥିବା ବେଳେ ଏଠିକାର ଲୋକେ ବାହ୍ୟ ଜଗତରୁ ସବୁବେଳେ ବିଚ୍ଛିନ୍ନ ହୋଇ ରହିଛନ୍ତି । ଆଜି ବି ବୁଡି ଅଞ୍ଚଳବାସୀଙ୍କ ଗମନାଗମନର ଏକମାତ୍ର ବିକଳ୍ପ ଡଙ୍ଗା । ଡଙ୍ଗା ବୁଡିରେ ଆଜିଯାଏଁ ପ୍ରାୟ ୨୨୦ ଜଣଙ୍କ ମ୍ରୁତ୍ୟୁ ହୋଇଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ହେଲେ ଦୀର୍ଘ ବର୍ଷ ପରେ ଆଜି ବୁଡି ଅଞ୍ଚଳ ଗସ୍ତ କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀ ।
ପ୍ରଥମ ଥର ପାଇଁ ଡଙ୍ଗାରେ ବୁଡି ଅଞ୍ଚଳ ମଧ୍ୟରେ ଥିବା ପୋଡାପଦର ଗାଁଙ୍କୁ ଯାଇ ସେଠାରେ ୪ଟି ପଞ୍ଚାୟତବାସୀଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ନେଇ ଆଲୋଚନା କରୀଥିଲେ। ଲୋକେ ବିଭିନ୍ନ ସମସ୍ୟା ନେଇ ବିଧାୟକ ଓ ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ଅଭିଯୋଗ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା ଯୋଜନା ମାଧ୍ୟମରେ ଅଞ୍ଚଳବାସୀଙ୍କୁ ୧୦୦ ଦିନର କର୍ମ ନିଯୁକ୍ତି ସହ ପିଡ଼ିଏସ ସାମଗ୍ରୀ ଗାଁରେ ଯୋଗାଇଦେବା ଭଳି ଅନେକ ଅଭିଯୋଗ ନେଇ ବୁଡି ଅଞ୍ଚଳବାସୀ ଅଭିଯୋଗ କରିଥିଲେ ।
ଏହା ବି ପଢନ୍ତୁ- ପାଞ୍ଜିକାରକୁ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଜେଲ୍
ତେବେ ଗାଁରେ ପ୍ରଥମ ଥର ପାଇଁ ଅଭିଯୋଗ ପ୍ରକୋଷ୍ଠ ଅନୁଷ୍ଠିତ ହୋଇଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । ସରକାରଙ୍କ ବିକାଶମୂଖୀ ଯୋଜନା ମଧ୍ୟ ଏମାନଙ୍କ ପାଇଁ ଅପହଞ୍ଚ । ବଣ ପାହାଡ ଘେରା ଇନ୍ଦ୍ରାବତୀ ଜଳ ଭଣ୍ଡାର । ଏହି ଜଳ ଭଣ୍ଡାର ହେବା ଦିନଠାରୁ ଜିଲ୍ଲାର ୧ ଲକ୍ଷ ୨୮ ହଜାର ହେକଟର ଚାଷ ଜମିରେ କେନାଲ ଯୋଗେ ଚାଷ ପାଇଁ ପାଣି ଯୋଗାଇ ଦିଆଯାଉଛି ।
ଏହାସହ ଜଳ ବିଦ୍ୟୁତ ପ୍ରକଳ୍ପରୁ ୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇ ରାଜ୍ୟ ଓ ରାଜ୍ୟ ବାହାରର ଅନେକ ଅଞ୍ଚଳ ଆଲୋକିତ ହୋଇଥାଏ । ତେବେ ଦୀପ ତଳ ଅନ୍ଧାର ଭଳି ଆଜି ବି ଜଳବନ୍ଦୀ ଅଞ୍ଚଳରେ ବସବାସ କରୁଥିବା ଗରିବ ଆଦିବାସୀଙ୍କୁ ସମାଜର ମୂଖ୍ୟସ୍ରୋତରେ ସାମିଲ ପାଇଁ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଇନ୍ଦ୍ରାବତୀ ଜଳଭଣ୍ଡାରର ୧୧୦ ବର୍ଗ କିମି ପ୍ରଶସ୍ତ ଜଳରାଶି ମଧ୍ୟରେ ବିଳିନ ହୋଇଗଲା କଳାହାଣ୍ଡି ଜିଲ୍ଲାର ୪ ଗୋଟି ପଞ୍ଚାୟତର ୪୨ ଖଣ୍ଡ ଗାଁ । ପ୍ରକ୍ରୁତିର ଗନ୍ତାଘର ପାଲଟିଥିବା ୨୬୩୦ ବର୍ଗ କିମି ଜଙ୍ଗଲ ଜମିର ଭୌଗୋଳିକ ପରିସୀମା ପାଲଟିଗଲା ବୁଡି ଅଞ୍ଚଳ ଭାବରେ ଥିବା ଗ୍ରାମବାସୀ ଆଜି ବି ସରକାରଙ୍କ ଅନେକ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି