ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ତହସିଲ କାର୍ଯ୍ୟାଳୟ ଠାରେ ଭୂମିହୀନମାନଙ୍କୁ ବସୁନ୍ଧରା ଯୋଜନା ମାଧ୍ୟମରେ ପଟ୍ଟା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ଉପଜିଲ୍ଲାପାଳ ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ମୋଟେର ଓ ଡାଲଗୁମ୍ମା ପଞ୍ଚାୟତର ୨୨ ଜଣ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କରିଥିଲେ ।
କୋକସରା ତହସିଲଦାର, ରାଜସ୍ବ ପରିଦର୍ଶକ ଓ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ପଟ୍ଟା ପାଇବା ପରେ ଏନେଇ ହିତାଧିକାରୀ ମାନେ ଖୁସି ବ୍ୟକ୍ତ କରିବା ସହ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ