ETV Bharat / state

ମୁଣ୍ଡଫଟା ଖରାରେ ଖଟୁଛନ୍ତି ଶ୍ରମିକ, ପରିହାସ ପାଲିଟିଛି ସରକାରୀ ଗାଇଡଲାଇନ୍

author img

By

Published : Jun 11, 2022, 3:34 PM IST

Updated : Jun 11, 2022, 4:45 PM IST

ମୁଣ୍ଡଫଟା ଖରାରେ ଖଟୁଛି ଶ୍ରମିକ । ସରକାରୀ ଗାଇଡଲାଇନ ସତ୍ତ୍ବେ ବି ସେମାନଙ୍କୁ ଖରାରେ ଖଟାଉଛି ଠିକାସଂସ୍ଥା । ଉଦୁଉଦିଆ ଖରାରେ ଭବାନୀପାଟଣା ସହରରେ ବସଷ୍ଟାଣ୍ଡ ନିର୍ମାଣ କାମ କରୁଛନ୍ତି ଗରିବ ଶ୍ରମିକ । ଅଧିକ ପଢନ୍ତୁ

ଢୁ ଢୁ ଖରାରେ ଖଟୁଛି ଶ୍ରମିକ, କାମ ଦେଉନି ଗାଇଡଲାଇନ

ଭବାନୀପାଟଣା: ମୁଣ୍ଡଝାଳ ତୁଣ୍ଡରେ ମାରି କାମ କରେ ଶ୍ରମିକ । ବଡ ବଡ ବିଲ୍ଡିଂ ହେଉ କି କଳକାରଖାନା, ରାସ୍ତାଘାଟ ହେଉ ଅବା ବ୍ରିଜ, ନିଜ ହାଡଭଙ୍ଗା ପରିଶ୍ରମରେ ସେ ସବୁକିଛି ଗଢି ତୋଳେ । ସରକାର ବି ଏଇ ଗରିବ ଶ୍ରମିକଙ୍କ ହିତ ପାଇଁ ଅନେକ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି । ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ଦିନ ୧୧ ଟାରୁ ଅପରାହ୍ନ ୩ଟା ଯାଏଁ କୌଣସି ଶ୍ରମିକ କାମ କରିବେ ନାହିଁ ବୋଲି ନିୟମ ରହିଛି । ହେଲେ ଏସବୁ ପରେ ବି ଢୁ ଢୁ ଖରାରେ ଖଟୁଛି ଶ୍ରମିକ । ତାହା ପୁଣି ସରକାରୀ ପ୍ରକଳ୍ପ କାମରେ । ସେଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରୁ । ଜିଲ୍ଲା ପ୍ରଶାସନ ଦ୍ବାରା ଭବାନୀପାଟଣାରେ ନିର୍ମାଣ ହେଉଥିବା ବସଷ୍ଟାଣ୍ଡରେ ଦିନ ୧ଟା ସମୟରେ ଖଟୁଛନ୍ତି ଶ୍ରମିକ ।

ମୁଣ୍ଡଫଟା ଖରାରେ ଖଟୁଛନ୍ତି ଶ୍ରମିକ, ପରିହାସ ପାଲିଟିଛି ସରକାରୀ ଗାଇଡଲାଇନ୍

କଳାହାଣ୍ଡି ଜିଲ୍ଲାରେ ମାର୍ଚ୍ଚ ମାସରୁ ହିଁ କଲବଲ କଲାଣି ଖରା ତାତି । ବର୍ତ୍ତମାନ ଜିଲ୍ଲାରେ ପାରଦ ୪୩ ଡିଗ୍ରୀ ଛୁଇଁଛି । ଝାଞ୍ଜି ଖରାରେ ସଂଜ୍ଞା ହରାଉଛନ୍ତି ପଥଚାରୀ । ତେଣୁ ଦିନ ୧୧ ଟା ହେଲେ ରାସ୍ତାଘାଟ ସବୁ ଶୁନ୍‌ସାନ ହୋଇଯାଉଛି । ପାଣିପାଗ ବିଭାଗ ବି ଖରାରେ ଲୋକଙ୍କୁ ଘରୁ ନ ବାହାରିବାକୁ ସତର୍କ କରାଇଛି । କିନ୍ତୁ ଏଭଳି ଅଂଶୁଘାତ ଖରାରେ ମଧ୍ୟ ସହରର ବସଷ୍ଟାଣ୍ଡ ନିର୍ମାଣ କାମ କରୁଛନ୍ତି ଶ୍ରମିକ । କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏହି ବସଷ୍ଟାଣ୍ଟ ନିର୍ମାଣ କାମ ଆରମ୍ଭ କରିଛି । ନିର୍ମାଣ କାର୍ଯ୍ୟଭାର ନେଇଥିବା ଠିକା ସଂସ୍ଥା ଶ୍ରମିକମାନଙ୍କୁ ଉଦୁଉଦିଆ ଖରାରେ ଖଟାଉଛି । ମହିଳା ପୁରୁଷ ନିର୍ବିଶେଷରେ କାହାରିକୁ ବି ହାଡ଼ଭଙ୍ଗା ଖଟଣିରୁ ନିସ୍ତାର ମିଳୁନି । ହେଲେ ବଡ କଥା ହେଉଛି ସବୁ ଦେଖି ସବୁ ଜାଣି ବି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ଜିଲ୍ଲା ପ୍ରଶାସନ ।

ଶ୍ରମିକଙ୍କ ପାଇଁ ପ୍ରତିବର୍ଷା ସାରା ବିଶ୍ବରେ ଶ୍ରମିକ ଦିବସ ପାଳନ କରାଯାଏ । କିନ୍ତୁ ସରକାରୀ ନିୟମାବଳୀ ସତ୍ତ୍ବେ ସେହି ଶ୍ରମିକମାନଙ୍କୁ ଅସୁରକ୍ଷିତ ଭାବେ କାର୍ଯ୍ୟରେ ନିୟୋଜିତ କରାଯାଉଛି । କେବଳ ଘରୋଇ ନିର୍ମାଣ କାମ ନୁହଁ, ବରଂ ସରକାରୀ କୋଠା ନିର୍ମାଣରେ ମଧ୍ୟ ଶ୍ରମିକ ନିୟୋଜିତ ହୋଇ କାମ କରିବା ପରିତାପର ବିଷୟ ।

Last Updated : Jun 11, 2022, 4:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.