ETV Bharat / state

ସଫଳ ହୋଇଛି କୋଶଳ ମହାବନ୍ଦ: କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ସଭାପତି

author img

By

Published : Sep 8, 2022, 9:17 AM IST

କୋଶଳ ମହାବନ୍ଦ ସଫଳ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର ସଭାପତି ସାଗର ଚରଣ ଦାସ । ଏହାପରେ କୋଶଳାଞ୍ଚଳବାସୀଙ୍କ ସହ ସରକାର ଆଲୋଚନା ନକଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

କୋଶଳ ମହାବନ୍ଦ ସଫଳ ହୋଇଛି କହିଲେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ସଭାପତି

ଭାବନୀପାଟଣା: କୋଶଳ ମହାବନ୍ଦକୁ ନେଇ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ । ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବିରେ କୋଶଳ ରାଜ୍ୟ ମୁକ୍ତିମୋର୍ଚ୍ଚା ଓ କୋଶଳ ସେନା ପକ୍ଷରୁ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ବୁଧବାର ୧୨ ଘଣ୍ଟିଆ କୋଶଳ ମହାବନ୍ଦ ଡାକରା ଦିଆଯାଇଥିଲା । ତେବେ ଏହି ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଥିବା କହିଛନ୍ତି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର ସଭାପତି ସାଗର ଚରଣ ଦାସ ।

ପଶ୍ଚିମ ଓଡ଼ିଶାର ସମସ୍ତ ୧୧ଟି ଜିଲ୍ଲାକୁ ସ୍ବତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିଲା । ତେବେ ଏହି ବନ୍ଦର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା । ଗାଡ଼ି ମଟର ସହ ଦୋକାନ ବଜାର, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଏହି ୧୨ ଘଣ୍ଟିଆ ବନ୍ଦ ଡାକରାରେ ପଶ୍ଚିମ ଓଡ଼ିଶାର ସମସ୍ତ ୧୧ଟି ଜିଲ୍ଲାରେ ବନ୍ଦ ପାଳନ ହୋଇଥିବା ଦେଖିବାକୁ ମିଳିଥିଲା । ସମସ୍ତ ଜିଲ୍ଲାରେ କୋଶଳ ମହାବନ୍ଦ ଡାକରା ସଫଳ ହୋଇଥିବା ନେଇ ଆଜି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛନ୍ତି ସଭାପତି ସାଗର ଚରଣ ଦାସ ।

ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚା ସଭାପତିଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ବର୍ଷ ଧରି ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳ (କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ)କୁ ସ୍ବତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି କରି ଆସୁଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ବନ୍ଦ ଡାକରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଆସୁଛି । କିନ୍ତୁ ସରକାର ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏହାକୁ ନେଇ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ଓ କୋଶଳ ସେନା ପକ୍ଷରୁ ଏହି ୧୨ ଘଣ୍ଟିଆ କୋଶଳ ମହାବନ୍ଦ ଡାକରା ଦିଆଯାଇଥିଲା ।

ତେବେ ଏହି ଆନ୍ଦୋଳନରେ ବିଭିନ୍ନ ସଙ୍ଗଠନ ମଧ୍ୟ ଏହି ସାମିଲ ହୋଇଥିଲେ । ସମସ୍ତଙ୍କର ସହଯୋଗ ଆଜିର ବନ୍ଦକୁ ସମ୍ପୂର୍ଣ୍ଣ ସଫଳ କରିଥିବା ପ୍ରକାଶ କରିଛନ୍ତି ସଭାପତି ସାଗର ଚରଣ ଦାସ । ଏହାସହ ଆଗାମୀ ଦିନରେ ସରକାର ଏହାକୁ ନେଇ ସମସ୍ତ କୋଶଳାଞ୍ଚଳବାସୀଙ୍କ ସହ ଆଲୋଚନା କରିବା ପାଇଁ ବାଧ୍ୟ ହେବେ ବୋଲି ସେ କହିଛନ୍ତି । ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଏକ ବିରାଟ ରୂପ ନେବ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ସଭାପତି ସାଗର ଚରଣ ଦାସ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.