ETV Bharat / state

ଜଙ୍ଗଲ ଜମିରେ ଅଧିକାର ଦାବି କଲେ ଆଦିବାସୀ

ଜଙ୍ଗଲ ଜମିରେ ଅଧିକାର ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କଲେ କଳାହାଣ୍ଡି ଲାଞ୍ଜିଗଡ ବ୍ଲକର 9ଟି ଗ୍ରାମବାସୀ । ଅଧିକ ପଢନ୍ତୁ...

author img

By

Published : Aug 5, 2021, 8:30 PM IST

ଜଙ୍ଗଲ ଜମିରେ ଅଧିକାର ଦାବି କଲେ ଆଦିବାସୀ
ଜଙ୍ଗଲ ଜମିରେ ଅଧିକାର ଦାବି କଲେ ଆଦିବାସୀ

ଭବାନୀପାଟଣା: ଜଙ୍ଗଲ ଜମିରେ ଅଧିକାର ପାଇଁ ଦାବି କଲେ ଆଦିବାସୀ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ମାଳିଯୁବାଙ୍ଗ ଓ ବିଜେପୁର ପଞ୍ଚାୟତର 9ଟି ଗ୍ରାମବାସୀ 45 ବର୍ଷ ଧରି ଚାଷ କରୁଥିବା ଜଙ୍ଗଲ ଜମିରେ ଅଧିକାର ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

ଜଙ୍ଗଲ ଜମିରେ ଅଧିକାର ଦାବି କଲେ ଆଦିବାସୀ

ସୂଚନାଯୋଗ୍ୟ, ଉକ୍ତ ଗ୍ରାମର ଆଦିବାସୀ ଜନସାଧାରଣ ପୂର୍ବ ପୁରୁଷ ଅମଳରୁ ଜଙ୍ଗଲ ଜମି ଚାଷ କରି ପରିବାର ପୋଷୁଛନ୍ତି । ହେଲେ ସେହି ଜମିକୁ ପାଖ ଧିଆନପଦର ଗ୍ରାମବାସୀ ଜୋର ଜବରଦସ୍ତ ମାରପିଟ୍ କରି ଦଖଲ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏଣୁ ଜମିରେ ଅଧିକାର ପାଇବା ପାଇଁ ଗ୍ରାମବାସୀ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ । ନଚେତ୍ ଆଗାମୀ ଦିନରେ ଉଭୟ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.